୬୫ବର୍ଷର ହୀରାକୁଦ ବନ୍ଧ ବିଷୟରେ..

ସମ୍ବଲପୁର,ତା ୧୩.୦୧.୨୦୨୨: ଆଏଜ ଜାନୁଆରି ୧୩ ତାରିଖ I ଠିକ ଆଏଜ କେ ୬୫ ବଛର ପୁରବେ ଅଝିର ଦିନେ ହୀରାକୁଦ ବନ୍ଧା ଉଦଘାଟନ ହେଇଥିଲା I ତତକାଲିନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ହୀରାକୁଦ ବନ୍ଧା କେ ଦେଶର ହିତର ଲାଗି ଟେକିନେଲେ I ପୁରା ଦେଶ ବାସିର ଲାଗି ଆଝିର ଦିନ ଟାକ ଗୁଟେ ଉସନାକିର ଦିନ ଆଏ I ଧଏନ ସେ ଜବାହାରଲାଲ ନେହେରୁ I ଧଏନ ସେ ସମିଆର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଡ଼. ହରେକୃଷ୍ଣ ମହତାବ I ଧଏନ ସେ ତାକର ମନ୍ତ୍ରୀ ପାରିଷଦ I ଧଏନ ହୋ ସେ ସରକାରର ଚେଲା ଚାମଚା ମାନକୁ I ଯେନ ମାନକର କଲ ଛଲ ଲାଗି ବଲିକରି ଅଝିର ପଶ୍ଚିମ ଓଡ଼ିଶାର ପିଞ୍ଜରା ହାଡ଼ ଭାଙ୍ଗି ହୀରାକୁଦ ବନ୍ଧା ଠାଡ଼ ହେଇଛେ I ହଜାର ହଜାର ଲୋକକର ଧନ ଜିବନ ହୀରକୁଦ ପାନି ବୁଡିଗଲା ପରେ ଭି ହୀରାକୁଦେ ଉଛବ ମନଉଛେ ସରକାର I

ବିନା ଡକା ହାକେ ଅଝିରର ଏନ୍ତା ଦିନେ ସରକାର ଆମର ଠାନୁ ଆମର ହକ କେ ଛଡେଇ ନେଲା I ହଜାର ହଜାର ଲୋକ ଜୋର ଜବରଦସ୍ତି ବିସ୍ଥାପିତ ହେଲେ I ବିସ୍ଥାପିତ ବଦଲେ ଇ ସରକାର ଆମକୁ ଦେଇଛେ କାଣା ? ୨୮୫ ଖଣ ଗାଁ ହୀରାକୁଦର ପାନି ବୁଡ଼ିଗଲା I କେଭେଁ ତାର ଆଁଖୁ ଆଖଲ ବୁନ୍ଦେ ଥିପିଛେ ? ନୁହେ … I ଘର,ଦୁଆର, ଜମି ବାଡ଼ି ଛାଡି ବିସ୍ଥାପିତ ହେଇଥିବାର ସେ ଆଖିର ଲହ ଆଏଜ ଭି ନୁହେ ସୁଖେ I ସେ ବିସ୍ଥାପିତ ହେଇ ବେସାହାରା , ବେକାରି, ଭୂମିହୀନ ହେଇ ହାହାକାର ହାଉଥିବାର ଲୋକକର କଥା କେଭେ ଦିନେ ଚିନ୍ତା କରିଛେ ? ନୁହେ ….. I ହଜାର ହଜାର ଗାଏ ଗରୁ ହୀରାକୁଦ ବନ୍ଧା ଥି ବୁଡି ମଲେ I ହଜାର ହଜାର ମଲା ଗାଏ ଗରୁ ମହାନଦୀର ଧରେ ଆସିକରି ବନ୍ଧା ଖଣି ଲାଗଲେ I ଗନ୍ଧିର ଚୁଟେ ବୁର୍ଲା ଏରିଆର ଲୋକ ରହି ନାଇଁ ପରଲେ ମାସ ମାସ ଧରି I ଯେ ସେ ଦୁରୁସ ଦେଖିଛେ ସେ ଠିକ ଅନୁଭବ କରିପାରିଥିବା I ଜିବନ ବିକଲେ ଦେଶର ପାହାଡ଼ କେ ଚଢ଼ୀ ଯାଇଥିବାର ସେ ଗାଏ ଗରୁ ଆଏଜ ଭି ଜଳ ବନ୍ଦି ଜୀବନ କଟଉଛନ ୬୫ ବଛର ହେଲା I ତାକର ବାବଦେ କେଭେ ଦିନେ ଇ ସରକାର ଚିନ୍ତା କରିଛେ ? ନୁହେ ….I ତ କାଣା ଦେଇଛେ ଯେ ଆମକୁ ଆଏଜ ଆମେ ଏତକି ଖୁସ I ଛୁଛା କଥା ଥି ଆମେ ଉସେ ପହରୁଁଛୁ I ଓଡ଼ିଶାର ଭାତ ହାଣ୍ଡି କହି କରି ଲୋକ ଆମକୁ ଆଏଜ ତକ ୬୫ ବଛର ହେଲା ଲଲି ପପ୍ ଖୁଏଇ ଆସୁଛନ I ହେତକି ଥି ଆମେ …. ଖୁସ I

ଥରେ ବନେ କରି ଚିନ୍ତା କରୁ …୬୫ ବଛର ପୁରବେ ଯେନ ସମ୍ୱଲପୁର ତାର ବାପ ଅଜା ଦିନୁ ବନ୍ୟା କାଣା ଯେ ନାଇଁ ଦେଖି ଥାଇ ହୀରାକୁଦ ବନ୍ଧା ହେଲା କି ମହାନଦୀର ପାଏନ ସମ୍ବଲପୁର କେ ଢୁକୁଛେ I ବୁଆ ଅଜବ କଥା … ନଦୀର ତଳ ମୁଡ଼େ ସିନେ ବନ୍ୟା ହେତା କଟକିଏ କାଏଁ ଚାଲ ଚଲଲେ ଯେ ଉପର ମୁଡ଼େ ସମ୍ବଲପୁରେ ବନ୍ୟା ହଉଛେ I ଧଏନ ହୋ ମହାପୁରୁ … ଧଏନ ତୁମର କଳାକାରୀ କେ I ହୀରାକୁଦ ବନ୍ଧା ଥି ଗୁର୍ଦୁ ପାଏନ ହେଲେ ଆମର ଘର ବୁଡସି ଆର ପାଏନ କମିଗଲେ ଆମର ଘରେ ପାବାର କଟ ହେସି I ଜମି ବୁଡଲା ଆମର ଚାଷ ହଉଛେ କଟକେ I କୁମନାର ଗିଜ ମେଲା ଆଏ I ହେତି ଫେର ଆମର ଲୁକେ ବଢ଼େ ଉସତ ହଉଛନ I

ହୀରାକୁଦ ବୁଡି ଅଂଚଳର ଅସଲ ଭୁକ୍ତ ଭୋଗି ସେ ୮୦ – ୯୦ ବଚ୍ଚରିଆ ବୁଢା ମାନକୁ ଜ ପଚରାବ I ଆଏଜ ଭି ସକାଲ ପଏଲେଁ ସମଲେଇ ଗୁଡ଼ିକେ ମୁହୁଁ କରି କଲିଆ ବୁକା ବଧିଆଁ କରସନ I ମାଁ ସମଲେଇ କେ ଡାକ ପାକସନ I ମାଁ ତୁଇଁ ହୀରାକୁଦ ବନ୍ଧା କେ ଭୁସଲେଇ ନେ I ଆମର ମା ମାଏଟ ଆମକୁ ଫିରେଇ ନେ I କେତେ ଦିନ ଆର ଏନ୍ତା ଅବସ୍ଥା ଥି ଦିନ କଟୁଥିମୁ ତିନ ପୁରଖା ହେଇଗଲା I ଆମର ସେ ଭିଟା ମାଏଟ କେ ଆଏଜ ଭି ଫିରି ଯିବାର କେ ବାଟ ଦେଖୁଛୁ I ଭଲେ ନୁଁନ ଭାତ ଧରି ଖାଏମୁ ହେଲେଁ ଆମେ ସରକାରର ଟିଆ କେ ଆର ଟାକି ନାଇଁ ପାରୁ… ଇ

ମାଁ ସମଲେଇ କରୁ ଏନ୍ତା ଦିନ ଆର କାହାରିର ନାଇଁ ଆସୁ l ଅଏତକା କଥା ପଚରାବାର କେ ବୁଢା ବୁଢ଼ୀ ମାନକୁ ଦମ ନାଇଁ ପୁରେ I ହେଲେ ବି ଇ ମନ କେନୁ ବୁଝସି ଯେ …I