ସିଭିଲ କୋର୍ଟରେ ପଶିଲା କରୋନା

କଟକ: ରାଜ୍ୟରେ ହୁ ହୁ ହୋଇ ମାଡିଚାଲିଛି କରୋନା । ସବୁ ସରକାରୀ ଅଫିସ ଓ ବେସରକରୀ ଅଫିସରେ ସଂକ୍ରମଣ ମାତ୍ରା ବଢିବାରେ ଲାଗିଛି । ଏମିତିକି ଅନେକ ସ୍ଥାନରେ କଣ୍ଟେନମେଣ୍ଟ ଘୋଷଣା ହୋଇଛି । ଗତକାଲି କ୍ୟାପିଟାଲ ହସ୍ପିଟାଲରେ ପରେ ଏବେ ସିଭିଲ କୋର୍ଟରେ ପଶିଛି ଭୂତାଣୁ । କଟକ ସିଭିଲ କୋର୍ଟରୁ ୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ୫ ଦିନ ପାଇଁ କୋର୍ଟ ବନ୍ଦ କରି ଦିଆଯାଇଛି । ଆଜିଠାରୁ ୧୮ ତାରିଖ ୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ କୋର୍ଟ ସିଏମ୍ସି ପକ୍ଷରୁ ସୂଚନା ଦେଇଛି ।