ଟୁକୁନି ସାହୁଙ୍କ ପରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଉପରକୁ ଅଣ୍ଡାମାଡ

କଳାହାଣ୍ଡି: ମନ୍ତ୍ରୀ ଟୁକୁନି ସାହୁଙ୍କ ପରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଗାଡି ଉପରକୁ ଅଣ୍ଡାମାଡ । ମନ୍ତ୍ରୀଙ୍କ ଉପରକୁ ଅଣ୍ଡମାଡ କରିଛନ୍ତି ବିଜେପି କର୍ମୀ । କଳାହାଣ୍ଡିର କଲମପୁର ଅଞ୍ଚଳରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଉପରକୁ ଏହି ଅଣ୍ଡାମାଡ ହୋଇଥିବା ସୂଚନା ମିଳିଛି ।

ତେବେ ଏହାପୂର୍ବରୁ ମନ୍ତ୍ରୀ ଟୁକୁନି ସାହୁଙ୍କ ଉପରକୁ ମଧ୍ୟ ଅଣ୍ଡାମାଡ ହୋଇଥିଲା । ଭବାନୀପାଟଣାରୁ ଫେରୁଥିବା ବେଳେ ନର୍ଲା ଠାରେ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ କରିଥିଲେ ବିଜେପି କର୍ମୀ । ମମିତା ହତ୍ୟାକାଣ୍ଡ ଘଟଣାର ପ୍ରତିବାଦରେ ଟୁକୁନି ସାହୁଙ୍କ ଗାଡିକୁ ଅଣ୍ଡାମାଡ କରାଯାଇଥିବା କହିଛନ୍ତି ବିଜେପି କର୍ମୀ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ କରାଯାଇଥିଲା । ମମିତା ମୃତ୍ୟୁ ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବିରୋଧ କରୁଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଳାପତକା ଦେଖାଇ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ପୁଲିସ ଉଭୟ କଂଗ୍ରେସ ଓ ବିଜେପି କର୍ମୀଙ୍କୁ ଉଠାଇ ନେଇଛି ।