୬ ଜିଲ୍ଲାରେ ଘନ କୁହୁଡ଼ି ପାଇଁ ସତର୍କ

ଗତ ୨ ଦିନ ହେବ ରାଜ୍ୟରେ ଶୀତର ପ୍ରଭାବ ହ୍ରାସ ପାଇଥିବା…

ଏହି ୬ଟି ଜିଲ୍ଲା ହେଉଛି ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦୁଝର, ଯାଜପୁର ଓ ଖୋର୍ଦ୍ଧା । ତେବେ କୁହୁଡ଼ି ଜନିତ ଦୁର୍ଘଟଣା ଏଡ଼ାଇବା ପାଇଁ ପୋଲିସ ପଦକ୍ଷେପ ଗ୍ରହଣ କରିବାକୁ ଏସଆରସି ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ଅନ୍ୟପକ୍ଷରେ ଶୀତ କମିଥିଲେ ମଧ୍ୟ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି । ଭୁବନେଶ୍ୱର ଓ କଟକରେ ସର୍ବନିମ୍ନ ଦୃଶ୍ୟମାନ ଦୂରତା ଗତକାଲି ସକାଳେ ୧୦ ମିଟର ରହିଥିବା ରେକର୍ଡ କରାଯାଇଛି । ଭାରତର ମଧ୍ୟଭାଗରେ ଥିବା ଗୁରୁଚାପ ବଳୟ ବର୍ତ୍ତମାନ ଉପକୂଳ ନିକଟବର୍ତ୍ତୀ ରହିଛି । ଫଳରେ ଓଡ଼ିଶାକୁ ଯଥେଷ୍ଟ ପରିମାଣର ଜଳୀୟ ବାଷ୍ପ ପ୍ରବେଶ କରୁଛି । ତେଣୁ ଉପକୂଳ ଓଡ଼ିଶାରେ ସକାଳୁ ମଧ୍ୟମ ଧରଣର କୁହୁଡ଼ି ପରିଲକ୍ଷିତ ହେଉଛି । ଏହାସାଙ୍ଗକୁ ତାପମାତ୍ରା ବୃଦ୍ଧି ପାଇବା ସହ ଶୀତର ପ୍ରଭାବ ହ୍ରାସ ପାଇଛି ।