ରାଜଧାନୀରେ ୧୨ରୁ ଖୋଲିବ ସବୁ ଧର୍ମାନୁଷ୍ଠାନ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌) : ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ୧୨ରୁ କୋଭିଡ଼ କଟକଣା ମଧ୍ୟରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ହୋଇଛି । କୋଭିଡ ମାମଲା ଲାଗି ବନ୍ଦ ରହିଥିଲା ସମସ୍ତ ପ୍ରକାର ଧର୍ମାନୁଷ୍ଠାନ । ସୂଚନା ଅନୁଯାୟୀ ରାଜ୍ୟରେ କିଛିଦିନ ହେଲା କୋଭିଡ ଭାଇରସ ବୃଦ୍ଧି ପାଇ ଚାଲିଥିଲା । ଯାହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସବୁ ଧର୍ମାନୁଷ୍ଠାନକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ରାଜ୍ୟରେ ଏବେ କୋଭିଡର ଦୈନିକ ମାମଲା ହ୍ରାସ ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ହୋଇଛି ।

ସେହିପରି କୋଭିଡ଼ କଟକଣା ମଧ୍ୟରେ ମନ୍ଦିର ଖୋଲିବାକୁ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଅନ୍ୟପକ୍ଷରେ ୧୫ ବର୍ଷରୁ କମ ବୟସର ପିଲାଙ୍କୁ ମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ । ସେହିପରି ଉଭୟ କୋଭିଡ ଟିକା ନେଇଥିବା ପ୍ରମାଣପତ ଦେଖାଇ ବ୍ୟକ୍ତିଙ୍କୁ ମନ୍ଦିରରେ ପ୍ରବେଶ କରିପାରିବେ ।