ଓଡିଶାକୁ କେନ୍ଦ୍ରର ୧୨୮.୨୩ କୋଟି ‘ଅମ୍ପାନ’ ସହାୟତା

ଭୁବନେଶ୍ୱର(ଏସ୍ ନ୍ୟୁଜ):ଓଡିଶା ସମେତ ୬ଟି ରାଜ୍ୟକୁ ଦୁର୍ବିପାକ ସହାୟତା ରାଶି ଘୋଷଣା କରିଛି କେନ୍ଦ୍ର । ବାତ୍ୟା ‘ଅମ୍ପାନ’, ନିସର୍ଗ ସହ ବାତ୍ୟା ଓ ଭୂସ୍ଖଳନ ପାଇଁ ସହାୟତା ରାଶି ଘୋଷଣା ହୋଇଛି । ଓଡିଶାକୁ କେନ୍ଦ୍ରର ୧୨୮.୨୩ କୋଟିର ଅତିରିକ୍ତ ସହାୟତା ରାଶି ଘୋଷଣା ହୋଇଛି ।

ଓଡିଶା, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ସିକିମକୁ ମିଳିବ ଏହି ସହାୟତା । ୬ ରାଜ୍ୟକୁ କେନ୍ଦ୍ରର ୪୩୮୧.୮୮ କୋଟିର ଅତିରିକ୍ତ ସହାୟତା ରାଶି ଘୋଷଣା ହୋଇଛି । ପଶ୍ଚିମବଙ୍ଗକୁ ସର୍ବାଧିକ ୨୭୦୭.୭୭ କୋଟି ଟଙ୍କାର ସହାୟତା ରାଶି ଘୋଷଣା ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ କମିଟି ଏହାକୁ ଅନୁମୋଦନ କରିଛି ।