ଭିଜିଲାନ୍ସ ଜାଲରେ ଆଉ ଜଣେ ସହକାରୀ ଅଧିକାରୀ

ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ….

ଭୁବନେଶ୍ୱର: ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଗତସିଂହପୁର ଡେପୁଟି କଲେକ୍ଟର । ଖବର ମୁତାବକ, ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲାଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚିତ୍ତରଞ୍ଜନଙ୍କ ଘରେ ଚଢ଼ାଉ ହୋଇଛି । ଏକସଙ୍ଗେ ୯ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ୱର, ବାଲେଶ୍ୱର, ସୋନପୁର, ଜଗତସିଂହପୁର, ଅଫିସ ସମେତ ପୈତୃକ ଘର ଓ ସମ୍ପର୍କୀୟଙ୍କ ଘରେ ରେଡ୍ ହୋଇଛି ।

ନିକଟରେ ଭିଜିଲାନ୍ସ ଜାଲରେ ଧରାପଡ଼ିଥିଲେ ଜଣେ କୋଟିପତି ଫରେଷ୍ଟ ରେଞ୍ଜ ଅଧିକାରୀ । ସୂଚନା ଅନୁଯାୟୀ, ଫରେଷ୍ଟ ରେଞ୍ଜ ଅଧିକାରୀ କେଶବ ମାଝି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧରା ପଡ଼ିଥିଲେ । ଏନେଇ କେଶବଙ୍କ ଘରେ ଏବଂ ଅଫିସରେ ଭିଜିଲାନ୍ସ ରେଡ କରିଥିଲା । ଏହାସହ କଳାହାଣ୍ଡି ଜିଲ୍ଲାରେ ଥିବା ୪ଟି ସ୍ଥାନରେ ଏକ କାଳୀନ ଚଢାଉ ଜାରି କରିଥିଲା ।