ଚର୍ଚ୍ଚାରେ ଆଥ୍‌ଲେଟ୍‌ ଭଉଣୀଙ୍କ ଫେସବୁକ କଳି

ପୁଣି ଚର୍ଚ୍ଚାରେ ଆଥ୍‌ଲେଟ୍‌ ଭଉଣୀଙ୍କ ଫେସବୁକ କଳି। ପରସ୍ପର….

ପୁଣି ଚର୍ଚ୍ଚାରେ ଆଥ୍‌ଲେଟ୍‌ ଭଉଣୀଙ୍କ ଫେସବୁକ କଳି। ପରସ୍ପର ବିରୋଧରେ ଫେସବୁକ ପୋଷ୍ଟ କରି ବର୍ଷିଛନ୍ତି ଆଥଲେଟ୍ ଦୂତୀ ଚାନ୍ଦ ଓ ତାଙ୍କ ଭଉଣୀ ସରସ୍ୱତୀ ଚାନ୍ଦ। ଉଭୟ ପରସ୍ପର ବିରୋଧରେ ବ୍ୟକ୍ତିଗତ ଆକ୍ଷେପ ପ୍ରତି ଆକ୍ଷେପ କରିଛନ୍ତି। ସରସ୍ୱତୀ ଚାନ୍ଦ ପ୍ରଥମେ ଏକ ଫେସବୁକ ପୋଷ୍ଟରେ ଦୂତୀଙ୍କ ପାରିବାରିକ ଜୀବନ, ଚାରିତ୍ରିକ ଦୋଷ ଦୁର୍ବଳତା କଥା ଉଠାଇବା ସହ ଘରୋଇ ଶିକ୍ଷାନୁଷ୍ଠାନ କିଟ୍ ସଂପର୍କରେ ମଧ୍ୟ ଆକ୍ଷେପମୂଳକ ଲେଖା ଲେଖିଥିଲେ। ଏଥିସହ ଆଉ ଏକ ପୋଷ୍ଟରେ ଦୂତୀଙ୍କ ଉପରେ ଲେଖିଥିଲେ। ଏଥିରେ ସେ ଲେଖିଛନ୍ତି ଯେ, ତୁ ସାନ ଥିଲୁ ତୋତେ ଜିତେଇବା ପାଇଁ ଜାଣିଜାଣି ହାରୁଥିଲି, ହେଲେ ବାପା-ମା’ର ମଥା ଛୋଟ କରିବାକୁ ଚେଷ୍ଟା କରିବୁ ତ, ତୋତେ ସ୍ପଏଲ୍ କରିଦେବି ବୋଲି ଲେଖିଥିଲେ ସରସ୍ୱତୀ।ଏହାର ଜବାବରେ ଦୂତୀ ସୋଶାଲ୍ ମିଡିଆରେ ସରସ୍ୱତୀଙ୍କ ଚରିତ୍ରକୁ ଆକ୍ଷେପ କରି ଏକ ଲମ୍ବା ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ” ପୋଲିସ ର ଧମକ ଧେଖାଇ ଗୋଟିଏ ବାଙ୍ଗାଲାଦେଶର ଝିଅକୁ ଜୋର ଜବରଦସ୍ତି କରୀ ନିଜର ରଖିତା କରି ରଖିବା ଏବଂ ଫଜରୀ କରି ତି ନା ରେ ଆଧାରକାର୍ଡ, ପାନ୍ କାଡ, ଡ୍ରାଇଭିଙ୍ଗ ଲାଇସେନ୍ସ ବନାଇ ତାକୁ ଭାରତର ବାସିନ୍ଦା କରିବା,,,,। ଏ ସବୁ ଏଥିପାଇଁ ଏତେ ସହଜ କାରଣ ସରସ୍ଵତୀ ଚାଦ୍ ପୋଲିସ ଅଧିକାରୀଣୀ ନିଜ ପାଓର୍ ଦୁରୁପ ଯୋଗ କରି । ଏହି ପରି କେତେ ବାଙ୍ଗାଦେଶି ଏବଂ ନେପାଳର ନାଗରିକ ମାନଙ୍କୁ ଓଡିଶା ଆଣି ଭାରତର ବାସିନ୍ଦା କରାଇବା ସରସ୍ଵତୀ ଚାଦ୍ କରିଛନ୍ତି। ତାହା ଉପଯୁକ୍ତ ତଦନ୍ତ କଲେ ଜଣା ପଡିବ।

ମୋର ସିନା ଆଳୁ ଦୋଷ ଅଛି।

ହେଲେ ତୋର କି ଦୋଷ ଅଛି?

ଗୋଟିଏ ବିନା ପରିଚିତ ବଙ୍ଗଳାଦେଶର ଝିଅ କୁ ଆଣି ଦ୍ରୀଘ 4 ବର୍ଷ ହେଲା ଆଣିକି ରଖିଛୁ।

ନିଜ କୁ ଷଣ୍ଢ ଭାବି ତାକୁ ଗାଇ ଭଳିଆ ନିଜପାଖରେ ରଖିଛୁ। ଦୁନିଆ ଆଗରେ ନିଜର ଛାତ୍ରୀ ବୋଲି କହି ଖେଳ ସିଖାଉଚୁ ତୁ କି ଖେଳ ସିଖାଉଚୁ ପଡିଆରେ ନା ନିଜର ବେଡ୍ ରୁମ୍ ରେ?

ତୁ କଣ ପ୍ରକୃତରେ ସମସ୍ତେ ଜାଣିଛନ୍ତି।

ବାପା ମାଆଙ୍କୁ ହାତ କରି ମୋତେ ମିଛରେ ବଦ୍ନାମ କଲୁ। ହେଲେ କଣ ହେଲା କିଛି ଓଖାଡି ପାରିଲୁନି। ସେଷରେ ନିଜେ ଘରୁ ବିଦା ହେଇ ଭୂବନେଶ୍ୱର ରେ ଗୋଟିଏ ଘର ଭଡା ନେଇ ରହିଚୁ।

ତୁ ବହୁତ ମୋତେ କହିଲୁଣି। ମୁ ବହୁତ ସହିଲିଣି ଜଦି ଖୁସିରେ ବଞ୍ଚିବାର ଅଛି।

ସୁଧୁରିଯା ନ ହେଲେ ,,,,, ।

ମୁ ତୋର କଣ କରିବି ତୁ ଭଲଭାବରେ ଜାଣିଛୁ।”