ବାଲେଶ୍ୱର ଟ୍ରେନ ଦୁର୍ଘଟଣା: ତିନିଜଣ ରେଳ କର୍ମଚାରୀ ଦାୟୀ

ବାଲେଶ୍ୱର ଟ୍ରେନ ଦୁର୍ଘଟଣା ମାମଲାର ତଦନ୍ତ କରି ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି ସିବିଆଇ । ଉକ୍ତ ଅଭିଯୋଗ ଫର୍ଦ୍ଦରେ ରେଳ ବିଭାଗର ଯୋଉ ତିନିଜଣ କର୍ମଚାରୀଙ୍କୁ ଦାୟୀ କରାଯାଇଛି । ସେମାନେ ହେଉଛନ୍ତି ସିନିୟର ସେକ୍ସନ୍‌ ଇଂଜିନିୟର (ସିଗନାଲ) ଅରୁଣ କୁମାର ମହନ୍ତ, ସିନିୟର ସେକ୍ସନ୍‌ ଇଂଜିନିୟର (ସିଗନାଲ) ମହମ୍ମଦ ଆମିର ଖାନ ଓ ଟେକ୍‌ନିସିଆନ ପପୁ କୁମାର ।

ତିନି ଅଭିଯୁକ୍ତଙ୍କୁ ଅକାରଣରେ ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ଛନ୍ଦି ଦିଆଯାଇଛି । ପୁଣିଥରେ ଜଣାଇ ଦେଉଛୁ ଯେ ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ ୨୯୬ ଜଣ ପ୍ରାଣ ହରାଇଛନ୍ତି । ୧୨୦୦ରୁ ଅଧିକ ଲୋକ ଖଣ୍ଡିଆଖାବରା ହୋଇଛନ୍ତି । ଆଜି ଭୁବନେଶ୍ୱର ସ୍ପେଶାଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ସିବିଆଇ ପକ୍ଷରୁ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଛି ।