ଭିଜିଲାନ୍ସ ଜାଲରେ ଆଇଆଇସି

ବରଗଡ଼: ଗିରଫ ହୋଇଛନ୍ତି ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଆଇଆଇସି ବୀରବର ଭଗତ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି। ସେ ତାଙ୍କ ଆୟ ଠାରୁ ୧୭୯% ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ଯାଞ୍ଚ ବେଳେ ଜଣାପଡ଼ିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ସୋମବାର ଆଇଆଇସି ବୀରବର ଭଗତଙ୍କର ଚାରୋଟି ଠିକଣାରେ ଚଢ଼ାଉ କରାଯାଇଥିଲା।