ଆରପାରିରେ ଲୋକପ୍ରିୟ ଅଭିନେତା ନୀତେଶ

ମୁମ୍ବାଇ : ଆଉ ନାହାନ୍ତି ଲୋକପ୍ରିୟ ଅଭିନେତା ନୀତେଶ ପାଣ୍ଡେ। ୫୦ ବର୍ଷ ବୟସରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ‘ଓମ୍‌‌ ଶାନ୍ତି ଓମ୍‌‌’, ‘ଅନୁପମା’ ଭଳି ଅନେକ ଚଳଚ୍ଚିତ୍ର ଓ ସିରିୟଲରେ ସେ ଅଭିନୟ କରିଛନ୍ତି। ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ଖବର ଶୁଣି ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।

ଏକ ହୋଟେଲରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ନାସିକ ନିକଟ ଇଗତପୁରୀରେ ସୁଟିଙ୍ଗ୍‌‌ ପାଇଁ ସେ ଆସିଥିଲେ ବୋଲି ଖବର ମିଳିଛି। ଟେଲିଭିଜନ ଓ ଚଳଚ୍ଚିତ୍ର ଜଗତରେ ନିଜର ଚମତ୍କାର ଅଭିନୟ ଦ୍ୱାରା ସେ ବେଶ ପ୍ରଶଂସା ସାଉଁଟିଛନ୍ତି।