ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୮ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୟେଲ୍ଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବା ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ବୁଧବାର ଦିନ ୨ ଟା ୩୦ ସୁଦ୍ଧା ସମ୍ବଲପୁର ୪୨.୮ ଡ଼ିଗ୍ରୀ, ଝାରସୁଗୁଡା ୪୨.୪ ଡ଼ିଗ୍ରୀ, ଭୁବନେଶ୍ୱର ୪୧.୨ ଡ଼ିଗ୍ରୀ, ଚାନ୍ଦବାଲି ୪୦.୮ ଡ଼ିଗ୍ରୀ, ହୀରାକୁଦ ୪୦.୦ଡ଼ିଗ୍ରୀ, କେନ୍ଦୁଝର ୩୯.୪ ଡ଼ିଗ୍ରୀ , ବାଲେଶ୍ୱର ୩୭.୦ ଡ଼ିଗ୍ରୀ, ପୁରୀ ୩୩.୪ ଡ଼ିଗ୍ରୀ, ପାରାଦ୍ୱୀପ ୩୩.୦ ଡ଼ିଗ୍ରୀ, ଗୋପାଳପୁର ୩୧.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, ଅନୁଗୁଳ, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱରର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।