ସମାଜରେ ଏମିତି ପ୍ରତିଷ୍ଠିତ ବୃଦ୍ଧଙ୍କ ବିଷୟରେ ନିହାତି ଜାଣନ୍ତୁ..

ବରିଷ୍ଠ ନାଗରିକଙ୍କ ଏପରି ବଦାନ୍ୟତା..

ବରଗଡ଼,(ସାକ୍‌ସୀ ନ୍ୟୁଜ୍‌): ବୟସର ଅପରାହ୍ନରେ ନିଜ ପେନସନ ପଇସାରୁ ୧ଲକ୍ଷ ୫ ହଜାର ଟଙ୍କା ମନ୍ଦିର କୁ ଦାନ କଲେ ୯୪ ବର୍ଷୀୟ ବୃଦ୍ଧ l ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଚିଚିଣ୍ଡା ଗ୍ରାମର ୯୪ ବର୍ଷୀୟ ବୃଦ୍ଧ କାର୍ତିକ ଚନ୍ଦ୍ର ଦେବତା ନିଜ ଗ୍ରାମର ଜଗନ୍ନାଥ ମନ୍ଦିରର ରୋଷେଇ ଘର ନିର୍ମାଣ ପାଇଁ ୬୫,୦୦୦ ଟଙ୍କା ଓ ମହାଦେବ ମନ୍ଦିରର ଉନ୍ନତି ପାଇଁ ୪୦,୦୦୦ ଟଙ୍କା ନିଜ ପେନ୍ସନ ପଇସାରୁ ମୁକ୍ତ ହସ୍ତରେ ଦାନ କରିଛନ୍ତିl

ଶ୍ରୀ କାର୍ତିକ ଚନ୍ଦ୍ର ଦେବତା ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ୟାଳୟରେ ମୁଖ୍ୟ କିରାଣୀ ଭାବରେ କାର୍ଯ୍ୟରତ ଥିଲେ l ୧୯୮୭ ମସିହାରୁ ସେ ସରକାରୀ ଚାକିରିରୁ ଅବସର ନେଇଥିବା ବେଳେ ବର୍ତମାନ ସେ ସୋହେଲା ବ୍ଲକର ନିଜ ଗ୍ରାମ ଚିଚିଣ୍ଡା ଠାରେ ପରିବାର ସଙ୍ଗେ ରହୁଛନ୍ତି l ଶ୍ରୀ ଦେବତା ମନ୍ଦିରକୁ ଅର୍ଥ ଦାନ ନିମନ୍ତେ ଇଛା ପ୍ରକଟ କରିଥିଲେ ଏବଂ ତାଙ୍କ ପୁଅ ରାଜୁ ଦେବତା ଙ୍କୁ ଜଣାଇଥିଲେl

ତେବେ ଗାଁ ର ଗଉନ୍ତିଆ ସନ୍ତୋଷ ବିଶ୍ରି, ମନ୍ଦିର କମିଟି ସଦସ୍ୟ ଵିଲୋଚନ ବିଶ୍ରି , ହେମସାଗର ପ୍ରଧାନ ଏବଂ ଯୋଗେଶ୍ୱର ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଗ୍ରାମର ଉଭୟ ଜଗନ୍ନାଥ ମନ୍ଦିର ଓ ମହାଦେବ ମନ୍ଦିର ଉନ୍ନତି ପାଇଁ ଦାନ ଅର୍ଥ ହସ୍ତାନ୍ତର କରିଛନ୍ତି l ତେବେ ବରିଷ୍ଠ ନାଗରିକଙ୍କ ଏପରି ବଦାନ୍ୟତା ସ୍ଵଭାବ ଯୋଗୁ ବୁଦ୍ଧିଜୀବୀ ମହଲରେ ସେ ପ୍ରସଂଶାର ପାତ୍ର ସାଜିଛନ୍ତି ।