ବ୍ରହ୍ମପୁର ଆଇଜର୍: ଉଦ୍ଭାବନ କଲେ ନୂଆ କରୋନା ଟିକା ‘ଏଭିସ୍କୋଭାକ୍’ By Shaksi News On Feb 14, 2022 0 ବ୍ରହ୍ମପୁର : କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ବ୍ରହ୍ମପୁର ଆଇଜର୍ ଓ ପଶ୍ଚିମବଙ୍ଗ ଆସାନ୍ସୋଲ୍ ସ୍ଥିତ କାଜି ନାର୍ଜୁଲ୍ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ମିଳିତିଭାବେ ପ୍ରାୟ ୨ ବର୍ଷ ଗବେଷଣା କରି ଏକ ଟିକା ଉଦ୍ଭାବନ କରିବାରେ ସକ୍ଷମ ହୋଇଛନ୍ତି। ଏହାର ନାମ ‘ଏଭିସ୍କୋଭାକ୍’ ରଖାଯାଇଛି। ଆଗାମୀ ଦିନରେ କରୋନାର ସମସ୍ତ ନୂଆ ପ୍ରଜାତି (ଭ୍ୟାରିୟାଣ୍ଟ) ସହ ଲଢ଼ିବା ସହ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ବୋଲି ଏହାକୁ ଉଦ୍ଭାବନ କରିଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି। ଆହୁରି ପଢ଼ନ୍ତୁ... ତୁରୁମୁଙ୍ଗା ଗିରିଜା ଶଙ୍କର… Jun 19, 2026 ଓଡିଆ ଦୈନିକ ସମ୍ବାଦପତ୍ର ପ୍ରତିକାର… Jun 18, 2026 ଗଞ୍ଜାମ ଜିଲ୍ଲା ମଶା ଦାଉରେ… Jun 17, 2026 ଗଞ୍ଜାମ ଜିଲ୍ଲା ଦୁର୍ନୀତି… Jun 17, 2026 ବ୍ରହ୍ମପୁର ଆଇଜର୍ କେମିକାଲ୍ ସାଇନ୍ସ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର୍ ଡ.ମଳୟ କୁମାର ରାଣାଙ୍କ ସହ ଏହି ବିଭାଗର ଦୁଇ ପିଏଚ୍ଡି ଛାତ୍ର ଡ.ପାର୍ଥସାରଥି ସେନଗୁପ୍ତ, ସରୋଜ କୁମାର ପଣ୍ଡା ଓ କାଜି ନାର୍ଜୁଲ୍ ବିଶ୍ବବିଦ୍ୟାଳୟ ପ୍ରାଣୀବିଜ୍ଞାନ ବିଭାଗର ଅଭିଜ୍ଞାନ ଚୌଧୁରୀ, ସୁପ୍ରଭାତ ମୁଖାର୍ଜିଙ୍କ ମିଳିତ ଉଦ୍ୟମ ଏବଂ ଗବେଷଣାରେ ଏହି ଟିକା ଉଦ୍ଭାବନ ହୋଇଛି। କମ୍ପ୍ୟୁଟର୍ ସିମୁଲେସନ୍ ପ୍ରଣାଳୀରେ ଏହାକୁ ପ୍ରସ୍ତୁତ କରାଯାଇଛି। ଗତବର୍ଷ ଜୁଲାଇ ୩୦ରେ ଏହାକୁ ଅର୍ନ୍ତଜାତୀୟ ପତ୍ରିକା ‘ଜର୍ନାଲ୍ ଅଫ ମଲେକ୍ୟୁଲାର୍ ଲିକୁଇଡ୍’ରେ ସ୍ଥାନିତ କରିବା ପାଇଁ ଆବେଦନ କରାଯାଇଥିଲା। ଆବଶ୍ୟକ ଯାଞ୍ଚ ପରେ ଗତ ଜାନୁଆରି ୩୧ରେ ଏସମ୍ପର୍କିତ ସନ୍ଦର୍ଭ ଉକ୍ତ ପତ୍ରିକାରେ ପ୍ରକାଶ ପାଇଛି। ଆଗାମୀ ଦିନରେ ଏହାର ପେଟେଣ୍ଟ୍ କରାଯିବ। ଆବଶ୍ୟକ ଟ୍ରାଏଲ୍ (ପରୀକ୍ଷା) ପାଇଁ ଆଇସିଏମ୍ଆରକୁ ଆବେଦନ କରାଯିବ। ଆର୍ଥିକ ସହାୟତା ମିଳିଲେ ଏହି ଟିକା ପ୍ରସ୍ତୁତ କରାଯାଇ ଟ୍ରାଏଲ୍ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ନେଇ ଆଇଜର୍ ପିଏଚ୍ଡି ଛାତ୍ର ସରୋଜ ପଣ୍ଡା ପ୍ରକାଶ କରିଛନ୍ତି। Continue Reading coronaCorona Vaccineeiser berhampurodisha corona 0 Share