ଶପଥ ଗ୍ରହଣ କଲେ ଆଉ ତିନି ହାଇକୋର୍ଟ ବିଚାରପତି

କଟକ : ଆଉ ତିନି ବିଚାରପତି ଓଡ଼ିଶା ହାଇକୋର୍ଟରେ ଶପଥ ଗ୍ରହଣ କଲେ। ଆଇନଜୀବୀ ଭି.ନରସିଂହ, ଆଇନଜୀବୀ ବିରଜା ପ୍ରସନ୍ନ ଶତପଥୀ ଓ ଆଇନଜୀବୀ ମୁରାହରି ଶ୍ରୀ ରମଣ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଡକ୍ଟର ଜଷ୍ଟିସ୍‌ ଏସ୍‌. ମୁରଲୀଧର ଏହି ୩ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି।

ଏହି ୩ ବିଚାରପତି ଶପଥ ଗ୍ରହଣ କରିବା ପରେ ହାଇକୋର୍ଟରେ ବିଚାପତିଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି । ଆଇନଜୀବୀ ଭି.ନରସିଂହ, ଆଇନଜୀବୀ ବିରଜା ପ୍ରସନ୍ନ ଶତପଥୀ ଓ ଆଇନଜୀବୀ ମୁରାହରି ଶ୍ରୀ ରମଣଙ୍କୁ ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଥିଲେ। ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କୋଭିଡ୍‌ କଟକଣା ମଧ୍ୟରେ ସୀମିତ ଅତିଥିଙ୍କୁ ନେଇ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।