ଭଦ୍ରକ ଜିଲ୍ଲାର ସୁନାମ ଅର୍ଜନ କରିଥିବା ଚିତ୍ର ଶିଳ୍ପୀ କ୍ରିତିକ୍ରୀଷ୍ଣା ପଣ୍ଡା

ଭଦ୍ରକ: ଭଦ୍ରକ ଜିଲ୍ଲାର ସୁନାମ ଅର୍ଜନ କରିଥିବା ଚିତ୍ର ଶିଳ୍ପୀ କ୍ରିତିକ୍ରୀଷ୍ଣା ପଣ୍ଡା। ନବମ ଜ଼ିଲ୍ଲା ସ୍ତରୀୟ ସାଂସ୍କୃତିକ ସମାରୋହ, ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ର ଅଷ୍ଟମ ସନ୍ଧ୍ୟା ରେ ଅପୂର୍ଵ ରଞ୍ଜନ ରାଏ ଙ୍କ ସ୍ମୃତିରେ ଆୟୋଜିତ ସନ୍ଧ୍ୟାରେ ସ୍ମୃତି କମିଟି ର ସଭାପତି ଅଭୟ ସୁତାର ଙ୍କ ସଭାପତିତ୍ୱ ରେ ମୁଖ୍ୟଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘ ର ରାଜ୍ୟ ସଭାପତି ବରିଷ୍ଠ ସାମ୍ବାଦିକ ବିଭୁତି ଭୂଷଣ କର,ସମ୍ମାନିତ ଅତିଥିଭାବେ ଖୋଲାଫର୍ଦ ର ସମ୍ପାଦକ ବିମଳ ଲୋଚନ ଦେଓ,ସ୍ମୃତି କମିଟି ର ସମ୍ପାଦକ ବରିଷ୍ଠ ସାମ୍ବାଦିକ ରବିନାରାୟଣ ଖିଲାର, ଅଧ୍ୟାପକ ନିହାର ରଞ୍ଜନ କର, କୋଷାଧକ୍ଷ ଆଶିଷ ଅମିତାଭ ଦାଶ, ସୁଧାକର ଦାଶ, ସେକ ଜାଫର ଅଲ୍ଲୀ,ସନ୍ତୋଷ ଦାଶ ପ୍ରମୁଖ ଯୋଗଦେଇ ଗଣମାଧ୍ୟମ ତାର ଉତ୍ତରଦାଇତ୍ୱ ନିର୍ବାହ କଲେ ଏକ ସୁସ୍ଥ ସମାଜ ତଥା ରାଷ୍ଟ୍ର ଗଠନ ରେ ସହାୟକ ହୋଇପାରିବ ବୋଲି ମତବେକ୍ତ କରିଥିଲେ. ଏହି ଆଲୋଚନା ଚକ୍ର ରେ ଅନେକ ବରିଷ୍ଠ ସାମ୍ୱାଦିକ ଓ ପ୍ରଶାସନିକ ଅଧିକାରୀ ମାନେ ଯୋଗଦେଇଥିଲେ. ଏହି ଅବସରରେ ଭଦ୍ରକ ଜ଼ିଲ୍ଲା ର କଟସାହି ମାଟିର ପ୍ରତିଭା ଅନେକ ସୁନାମ ର ଅଧିକାରିଣୀ ଚିତ୍ରଶିଳ୍ପୀ କ୍ରିତିକ୍ରୀଷ୍ଣା ପଣ୍ଡା ଙ୍କୁ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରି ତାଙ୍କୁ ଉତ୍ତରୀୟ, ମାନପତ୍ର, ଓ ପୁଷ୍ପଗୁଛ ଦେଇ ଉପସ୍ଥିତ ଅତିଥି ମାନେ ସମ୍ମାନିତ କରିଥିଲେ.