ଚକ୍ଷୁହୀନ ଟି-୨୦ ବିଶ୍ୱକପ୍‌: ବାଂଲାଦେଶକୁ ହରାଇ ଭାରତ ଚାମ୍ପିଅନ୍‌

କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର । ଟିମ୍‌ ଇଣ୍ଡିଆ ବାଂଲାଦେଶକୁ…

ବେଙ୍ଗାଲୁରୁ: କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର । ଟିମ୍‌ ଇଣ୍ଡିଆ ବାଂଲାଦେଶକୁ ପରାଜିତ କରି ତୃତୀୟ ଥର ପାଇଁ ଚକ୍ଷୁହୀନ ଟି-୨୦ ବିଶ୍ୱକପ୍‌ ଲାଭ କରିଛି । ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଟିମ୍‌ ଇଣ୍ଡିଆ ୧୨୦ ରନ୍‌ ବ୍ୟବଧାନରେ ବାଂଲାଦେଶକୁ ହରାଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୨ ୱିକେଟ୍‌ ବିନିମୟରେ ୨୭୭ ରନ୍‌ କରିଥିଲା । ବାଂଲାଦେଶ ଟିମ୍‌ ୨୦ ଓଭରରେ ତିନୋଟି ୱିକେଟ୍‌ ହରାଇ ମାତ୍ର ୧୫୭ ରନ୍‌ କରିଥିଲା ।

ଏଠାରେ ଜଣାଇ ଦିଆଯାଉଛି ଯେ ୨୦୧୨ ଓ ୨୦୧୭ରେ ଅନୁଷ୍ଠିତ ଚକ୍ଷୁହୀନ ଟି-୨୦ ବିଶ୍ୱକପରେ ଭାରତ ବାଜି ମାରିଥିଲା । ଚଳିତ ମ୍ୟାଚରେ ଭାରତର ଦୁଇଜଣ ପ୍ରତିଭାଶାଳୀ ଖେଳାଳି ଦ୍ୱିଶତକ ହାସଲ କରିଛନ୍ତି । ସୁନିଲ ରମେଶ ୬୩ ବଲରୁ ବ୍ୟକ୍ତିଗତ ଭାବେ ୧୩୬ ରନ୍‌ ସଂଗ୍ରହ କରିଥିଲା ବେଳେ ଅଧିନାୟକ ଅଜୟ ରେଡ୍ଡୀ ୫୦ଟି ବଲରୁ ବ୍ୟକ୍ତିଗତ ଶତକ ହାସଲ କରିଥିଲେ ।
ଭାରତ ଚଳିତ ଚକ୍ଷୁହୀନ ଟି-୨୦ ବିଶ୍ୱକପ୍‌ ଆୟୋଜନ କରିଥିଲା । ଭିସା ବିବାଦ କାରଣରୁ ଏଥର ପାକିସ୍ତାନ ବିଶ୍ୱକପ୍‌ ଖେଳି ପାରିଲାନି । ୨୦୨୪ରେ ପାକିସ୍ତାନ ଚକ୍ଷୁହୀନ ଟି-୨୦ ବିଶ୍ୱକପ୍‌ ଆୟୋଜନ କରିବ ।