ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱର ଓ ଝାରସୁଗୁଡା ସର୍ବାଧିକ ଉତ୍ତପ୍ତ ସହର

ଭୁବନେଶ୍ୱର : ରାଜ୍ୟରେ ଆଜି ମଧ୍ୟ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଖରାର ତାତିରେ ଅସ୍ତବ୍ୟସ୍ତ ରାଜଧାନୀ ଭୁବନେଶ୍ୱର ସହ ସାରା ରାଜ୍ୟବାସୀ। ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱର ଓ ଝାରସୁଗୁଡା ସର୍ବାଧିକ ଉତ୍ତପ୍ତ ସହର। ୪୧ ଡିଗ୍ରୀ ସହ ଭୁବନେଶ୍ୱର ଓ ଝାରସୁୁଗୁଡା ସର୍ବାଧିକ ଉତ୍ତର ସହର ବୋଲି ରେକର୍ଡ କରାଯାଇଛି। ଏହାସହ ସମ୍ବଲପୁର ୪୦.୬, ଚାନ୍ଦବାଲି ୪୦, ହୀରାକୁଦ ୩୯.୪, କେନ୍ଦୁଝର ୩୭.୨, ବାଲେଶ୍ୱର ୩୫.୮, ଗୋପାଳପୁର ୩୪.୮ ଡିଗ୍ରୀ ରେକର୍ଡ କରାଯାଇଛି।