ଭୁବନେଶ୍ୱର କୋର୍ଟ ପରିସର ୩ ଦିନ ସିଲ୍

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌):ଭୁବନେଶ୍ୱର କୋର୍ଟରେ କରୋନା ସଂକ୍ରମଣ । କୋର୍ଟ ପରିସର ୩ ଦିନ ପାଇଁ ସିଲ୍ ହେଲା । କୋର୍ଟର ୧୫ ଜଣ ଜୁଡିସିଆଲ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ଆଜିଠୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର କୋର୍ଟ ପରିସର ସିଲ୍ ରହିବ । କୋଭିଡ୍ ସଂକ୍ରମଣ ପାଇଁ ଜିଲ୍ଲା କୋର୍ଟ, ଦେବୋତ୍ତର କମିଶନରଙ୍କ କାର୍ଯ୍ୟାଳୟ ମଧ୍ୟ ତିନି ଦିନ ବନ୍ଦ ରହିବ। ଏହାସହ କୋର୍ଟ ପରିସରରେ ଥିବା ବାର୍ ଆସୋସିଏସନ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ ବୋଲି ଜଣାପଡିଛି ।