ଢେଙ୍କାନାଳରେ ବନ୍ଧୁକ ଡିଲ ବେଳେ ଧରାପଡିଲେ ମାଫିଆ

ଢେଙ୍କାନାଳ: ବେଆଇନ ବନ୍ଧୁକ କାରବାର ବେଳେ ଚଢାଉ କରି ଦୁଇ ମାଫିଆଙ୍କୁ ଗିରଫ କରିଛି କ୍ରାଇମ ବ୍ରାଚର ସ୍ପେଶାଲ ଟାକ୍ସ ଫୋର୍ସ । ଢେଙ୍କାନାଳରେ ଏଭଳି ବନ୍ଧୁକ ଡିଲ୍ ଚାଲୁଥିବା ବେଳେ ଚଢାଉ କରିଛି ଏସଟିଏଫ । ଦୁଇ ଅଭିଯୁକ୍ତଙ୍କ ଠାରୁ ଏସଟିଏଫ ଗୋଟିଏ ପିସ୍ତଲ ସହ ୯ ଟି ଦେଶି ବନ୍ଧୁକ ଜବତ କରିଛି । ଅଭିଯୁକ୍ତ ଦ୍ୱୟ ହେଲେ କାନ୍ଦି ନାୟକ ଏବଂ ଶ୍ୟମସୁନ୍ଦର ସେଠୀ । ସେମାନଙ୍କୁ ଗିରଫ କରି ପୋଲିସ ପଚାରାଉଚରା ଜାରି ରଖିଛି । ଫଟୋ ଦେଖାଇ ଡିଲ ପରେ ବନ୍ଧୁକ ଚାଲାଣ କରୁଥିବା ବେଳେ ଗୁଇନ୍ଦା ସୁତ୍ରରୁ ଖବର ପାଇ ଚଢାଉ କରିଥିଲା ଏସଟିଏଫ୍ ।