ସେୟାର ବଜାରରେ ନୂଆ ରେକର୍ଡ

ସେୟାର ବଜାରରେ ନୂଆ ରେକର୍ଡ । ସେନସେକ୍ସ ଆଜି ନୂଆ ଇତିହାସ ରଚିଛି । ଆଜି ସକାଳୁ କାରବାର ଆରମ୍ଭ ହେବା ମାତ୍ରେ ବିଏସଇ ସେନସେକ୍ସ ୨୭୩ ପଂଏଟ ବଢି ୬୦ ହଜାର ଅତିକ୍ରମ କରିଛି । ବ୍ୟାଙ୍କିଙ୍ଗ, ଆଇଟି ସେକ୍ଟର ଓ ରିଅଲିଟି ସେକ୍ଟରର ସେୟାରରେ ଭଲ ବୃଦ୍ଧି ହୋଇଛି । ସେହିଭଳି ନିଫଟି ବି ୭୫ ପଂଏଟ ବଢି ପାଖାପାଖି ୧୮ ହଜାର ପଂଏଟରେ ପହଂଚିଛି । ନିଫଟିରେ ବି ଏହା ହେଉଛି ରେକର୍ଡ । ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ସୁଧ ହାରରେ କୌଣସି ପରିବର୍ତନ କରିନାହିଁ । ଏହାର ପ୍ରଭାବରେ ସେୟାର ବଜାର ଉତ୍ସାହଜନକ ରହିଛି ।