ମିଳିଲାନି ମଣିଷର ମୃତଦେହ, ବିନା ଶବରେ ଜଳିଲା ଜୁଇ

ମୃତ ମଣିଷର ମୃତଦେହ ମିଳିଲାନି । ପାଳ ବିଡ଼ାକୁ ଭିଡି କାଳ୍ପନିକ ଶବ ପ୍ରସ୍ତୁତ କରି, ପ୍ରତୀକାତ୍ମକ ଶବ ସତ୍କାର କରିଛନ୍ତି ପରିବାର ଲୋକ ।

ଘଟଣା ଘଟିଛି ଗଂଜାମ ଜିଲ୍ଲା ଆସିକା ବ୍ଲକ୍ ଗହଙ୍ଗୁ ଗାଁରେ । ଯେଉଁ ବ୍ୟକ୍ତିଙ୍କର ପ୍ରତୀକାତ୍ମକ ଶବ ସତ୍କାର କରାଯାଇଛି, ସେହି ବ୍ୟକ୍ତି ଜଣକ ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣର ଘଟଣାସ୍ଥଳରେ ଥିଲେ ଓ ପରେ ନିଖୋଜ ହୋଇଯାଇଥିଲେ । ତାଙ୍କର ଶବ ମିଳିନଥିଲା । ତେଣୁ ସେ ମରିଯାଇଛନ୍ତି ଭାବି ପରିବାର ଲୋକେ ଏଭଳି ଶବଦାହ କରିଥିଲେ।

ସୀମାଞ୍ଚଳ ପରିଡ଼ା ଯେ ଭୁବନେଶ୍ୱରରେ କାମ କରୁଥିଲେ । ହେଲେ ବିସ୍ଫୋରଣ ପରେ ତାଙ୍କର ଆଉ ଖୋଜ ଖବର ମିଳିନଥିଲା । ପରିବାର ଲୋକ ଭୁବନେଶ୍ୱର ଆସି ଖୋଜାଖୋଜି କଲେ । କିନ୍ତୁ ମିଳିଲେନି ସୀମାଞ୍ଚଳ । ତାଙ୍କ ପାଖରେ ଥିବା ଫଟୋ ଓ ଏଟିଏମ୍ କାର୍ଡ ଘଟଣାସ୍ଥଳରୁ ମିଳିବା ପରେ ଘର ଲୋକ ଭୁଲିଯାଇଥିଲେ ଯେ, ଦୁନିଆରେ ଆଉ ନାହାନ୍ତି ସୀମାଞ୍ଚଳ । ଯେତେବେଳେ ସବୁ ଆଶା ମଉଳି ଗଲା, ଶେଷରେ ବାଧ୍ୟ ହୋଇ ପରବାର ଲୋକ ଅନ୍ତିମ ସତ୍କାର କରିଦେବାର ନିଷ୍ପତ୍ତି ନେଲେ । ଆଉ ପାଳ ବିଡ଼ାକୁ ଭିଡି କାଳ୍ପନିକ ଶବ ପ୍ରସ୍ତୁତ କରି, ପ୍ରତୀକାତ୍ମକ ଶବ ସତ୍କାର କରିଛନ୍ତି ପରିବାର ଲୋକ ।