ଏପ୍ରିଲ ୧୮ ରୁ ଶିକ୍ଷାନୁଷ୍ଠାନରେ ବାୟୋମେଟ୍ରିକ ଉପସ୍ଥାନ

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ଶିକ୍ଷାନଷ୍ଠାନଗୁଡ଼ିକରେ ବନ୍ଦ ରହିଥିବା ବାୟୋମେଟ୍ରିକ ଉପସ୍ଥାନକୁ ପୁନଃ କାର୍ଯ୍ୟକାରୀ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି ।
ଚଳିତ ଏପ୍ରିଲ ୧୮ ରୁ ସବୁ ଉଚ୍ଚଶିକ୍ଷାନୁଷ୍ଠାନରେ ବାୟୋମେଟ୍ରିକ ଉପସ୍ଥାନ ଆରମ୍ଭ ହେବାକୁ ଯାଉଛି । ଏନେଇ ସବୁ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ । କରୋନା ପାଇଁ ଜାନୁଆରୀ ୭ରୁ ବନ୍ଦ ଥିଲା ବାୟୋମେଟ୍ରିକ ବ୍ୟବସ୍ଥା ।