ବିଜେଡିରେ ମିଶିଲେ ବିଶ୍ୱରଞ୍ଜନ ମଲ୍ଲିକ

ଭୁବନେଶ୍ୱର: ବିଜେଡିରେ ସାମିଲ ହୋଇଛନ୍ତି ବରୀର ନେତା ବିଶ୍ୱରଞ୍ଜନ ମଲ୍ଲିକ । ଶତାଧିକ ସମର୍ଥକଙ୍କ ସହ ବିଶ୍ୱରଞ୍ଜନ ବିଜେଡିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ କାର୍ଯ୍ୟକ୍ରମରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ମଧ୍ୟ ଉପସ୍ଥିତ ଥିଲେ । ବିଜୁ ଯୁବ ଜନତା ଦଳ ଅଫିସରରେ ହୋଇଥିଲା ଏହି ମିଶ୍ରଣ କାର୍ଯ୍ୟକ୍ରମ । ତେବେ ନିକଟରେ ବିଶ୍ୱରଞ୍ଜନ ମଲ୍ଲିକ ବିଜେପି ଛାଡିଥିଲେ । ବିଜେଡିରେ ସାମିଲ ହେବା ପରେ ବିଶ୍ୱରଞ୍ଜନ ମଲ୍ଲିକ ନିଜ ବକ୍ତବ୍ୟରେ କହିଛନ୍ତି ଯେ, ‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶଧାରାରେ ସାମିଲ ପାଇଁ ବିଜେଡିକୁ ଆସିଛି । ବରୀ ଲୋକଙ୍କର ଆମ ପ୍ରତି ଆର୍ଶୀବାଦ ରହିଛି । ବରୀକୁ ଆହୁରି ଆଗେଇ ନେବାକୁ ଆମର ଲକ୍ଷ୍ୟ ରହିଛି ।’