ନଗର ବିଜେପି ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ

ବାଲେଶ୍ୱର, (ଏସ୍‌ ନ୍ୟୁଜ): ବାଲେଶ୍ୱର ଜିଲାର ଜଳେଶ୍ୱର ମ୍ୟୁନିସିପାଲଟିର ଭଂଜ କଲ୍ୟାଣ ମଣ୍ଡପରେ ନଗର ବିଜେପିର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ନଗର ସଭାପତି ଫାଲଗୁନୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସାଂଗଠନିକ ଶକ୍ତିର ଅଭିବୃଦ୍ଧି ଏବଂ ପୌରା ନିର୍ବାଚନ ଲାଗି ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ଜଳେଶ୍ୱର ବିଧାନସଭା ବିଜେପି ପ୍ରଭାରୀ ଜୀବନ ପ୍ରଦୀପ ଦାଶ, ନିର୍ବାଚନ ସଂଯୋଜକ ଲମ୍ବୋଦର ନାୟକ, ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ବରିଷ୍ଠ ନେତା ଅରୁଣ ବେଜ, ଆଦିତ୍ୟ ପାତ୍ର, ସାବିତ୍ରୀ ଜେନା, ନନ୍ଦନ ଦତ୍ତ, ବରେନ୍ଦ୍ର ନାଥ ପରିଡା, ବନମାଳୀ ଧଳ, ସିଦେ୍ଧଶ୍ୱର ପଣ୍ଡା, ଅନନ୍ତ ଦାସ, ଚିନ୍ତାମଣି ଜେନା, ନଗେନ୍ଦ୍ର ପାତ୍ର, ମୁକ୍ତାରାଣୀ ପାଲ, ବିଷ୍ଣୁପ୍ରିୟା ତ୍ରିପାଠୀ, ସେ୍‌ ସୁଲତାନ, ପ୍ରଣବ ବେହେରା, ଦୁର୍ଗାଶଂକର ଭୂୟାଁ, ମାଳତୀ ଲତା ଦତ୍ତ, ଜିନାରାଣୀ ଚନ୍ଦ, ଦୀପକ ଚୌରାସିଆ, ରଂଜନ ପାତ୍ର, ଅଂଜନ ଦାସ, ରାଜୀବ ଘୋଷ, ଅରୁଣ ଦାସଙ୍କ ସହିତ ୪୫ଜଣ ନଗର ମଣ୍ଡଳ କାର୍ଯ୍ୟକାରିଣୀ ସଦସ୍ୟ ଯୋଗ ଦେଇଥିଲେ । ରବୀନ୍ଦ୍ର ପାତ୍ର ମଂଚ ଆହ୍ୱାନ କରିଥିବା ବେଳେ ସୁବାସିନୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।