୬୦ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ୍‌

ବାଲେଶ୍ୱର, (ଏସ୍‌ ନ୍ୟୁଜ): ବିଭିନ୍ନ ସମୟରେ ଧଳା ଜହର ବ୍ୟବସାୟୀମାନେ ଏସ୍‌ଟିଏଫ, ପୋଲିସ୍‌ ଓ ଅବକାରୀ ବିଭାଗ ଦ୍ୱାରା ଧରାପଡୁଥିଲେ ମଧ୍ୟ ଏହି ବ୍ୟବସାୟ ଥମିବାରେ ନାଁ ଧରୁନାହିଁ । ମ୍ୟୁନିସିପାଲଟିର ରାଜପୁର ଗାଁରେ ପୋଲିସ୍‌ ଚଢାଉ କରି ୬୦ଲକ୍ଷ ଟଙ୍କାର ୬୦୦ ଗ୍ରାମର ଧଳା ଜହର ଜବତ୍‌ କରିବା ସହିତ ଜଣକୁ ଗିରଫ କରିବାରେ ସଫଳ ହୋଇଛି । ମଂଗଳବାର ରାତ୍ରି ୧୦ ଘଟିକାରେ ଜଳେଶ୍ୱର ଆଇଆଇସି ପ୍ରଜ୍ଞା ମହାନ୍ତି ଓ ଏସ୍‌ଡିପିଓ ଅଂକିତା କୁମ୍ଭାରଙ୍କ ନେତୃତ୍ୱରେ ପୋଲିସ୍‌ ତାର ଜାଲ ବିଛାଇଥିଲା । ଧଳା ଜହର ପେକିଂ କରୁଥିବା ସମୟରେ ଜାଇନୁଲ ବିବି ନାମକ ଜଣେ ମହିଳାଙ୍କୁ ଗିରଫ କରାଯିବା ସହ ତା ନିକଟରୁ ଧଳଜହର ଜବତ୍‌ କରାଯାଇଛି ।