ଜଳେଶ୍ୱର ତହସିଲରେ ପଟ୍ଟା ବଣ୍ଟନ

ବାଲେଶ୍ୱର, (ଏସ୍‌ ନ୍ୟୁଜ): ରାଜ୍ୟ ସରକାର ଗରିବ ଭୂମୀହିନଙ୍କୁ ଜମିପଟ୍ଟା ଯୋଗାଇବା ନିମନ୍ତେ ପ୍ରୟାସ ଆରମ୍ଭ କରିଥିବା ବେଳେ ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଧିନସ୍ଥ ବିଭିନ୍ନ ଆର୍‌ଆଇ ସର୍କଲରେ ପଟ୍ଟାବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବିଧାୟକ ଅଶ୍ୱିନୀ ପାତ୍ର ଯୋଗ ଦେଇ ୩୮ଜଣ ଗରିବ ଭୂମୀହିନଙ୍କୁ ତହସିଲ କାର୍ଯ୍ୟାଳୟରେ ପଟା ବଣ୍ଟନ କରିଥିଲେ । ଅଦ୍ୟାବଧି ୮୧୧ଜଣଙ୍କୁ ପଟ୍ଟବଣ୍ଟନ କରାଯାଇଥିବା ବେଳେ ଆଜି ମଂଗଳବାର ସରଡିହା ଆର୍‌ଆଇ ସର୍କଲରେ ୧୦ଜଣ, ଜମାଳପୁର, ଖୁଆଡ, ନାମ୍ପୋ ଆର୍‌ଆଇ ସର୍କଲରେ ୮ ଜଣ ଲେଖାଏଁ ଏବଂ ଓଲମରା ଆର୍‌ଆଇ ସର୍କଲରେ ୪ଜଣ ଭୂମିହୀନଙ୍କୁ ପଟ୍ଟ ବଣ୍ଟନ କରାଯାଇଛି । ଆଜିର କାର୍ଯ୍ୟକ୍ରମରେ ତହସିଲଦାର ଶଂକର ପଟ୍ଟନାୟକ ଓ ଅତିରିକ୍ତ ତହିଲଦାର ହେମନ୍ତ କୁମାର ନାୟଙ୍କ ସହିତ ତହସିଲ କର୍ମଚାରୀ ତନୁସ୍ମିତା ମହାନ୍ତି, ଗୌରାଙ୍ଗ ଜେନା, ପ୍ରଭୁରାମ କାସ୍ତ, ଦିଲ୍ଲିପ ଚାନ୍ଦ, ନିରଞ୍ଜନ ସିଂ, ସୃଷ୍ଟିଧର ପଟ୍ଟାୟତ, ସୁବ୍ରତ ବେହେରା, ସୁଭେନ୍ଦୁ ସାହୁ, ବଂଶୀଧର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।