ବେଆଇନ୍‌ ମଦ ସହ ୪ ଗିରଫ

ବାଲେଶ୍ୱର, (ଏସ୍‌ ନ୍ୟୁଜ): ବାଲେଶ୍ୱର ଜିଲାର ଉପାନ୍ତ ଜଳେଶ୍ୱରରେ ନିଶାକାରବାର ବୃଦ୍ଧି ଘଟୁଥିବାରୁ ଏସ୍‌ଟିଏଫ, ପୋଲିସ୍‌ ଓ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚଢାଉ କରାଯାଇ ଆସୁଛି । ଅବକାରୀ ଅଧିକ୍ଷକ ଅଶୋକ ଶଥପଥୀ ନିର୍ଦ୍ଦେଶରେରେ ଜଳେଶ୍ୱର ଅବକାରୀ ଥାନା ଓଆଇସି ଦେବେନ୍ଦ୍ର କୁମାର ବେହେରାଙ୍କ ନେତୃତ୍ୱରେ ଏକ ୧୦ଜଣିଆ ଅବକାରୀ ଓ ପୁଲିସ୍‌ ଟିମ୍‌ ଜଳେଶ୍ୱର ଥାନା ଅନ୍ତର୍ଗତ ଗୋବରଘାଟା, ପାଳସାହି, ଚମାରଦିଗ୍‌, ଜମାଳପୁର, ରାଉତପଡା, ଛମୌଜ ଓ ଜାତୀୟରାଜପ ପଥ-୬୦ ପାଶ୍ୱସ୍ଥ ହେଟେଲ ଗ୍ରୀନ ଚିଲିରେ ଚଢାଉ କରି ୬୭ ଲିଟର ଦେଶୀମଦ ଓ ୨୫ ବୋତଲ (୪.୫ଲିଟର) ପଶ୍ଚିମବଂଗ ମାର୍କା ବିଦେଶୀ ମଦ ଜବତ୍‌ କରାଯାଇଛି । ଏଥିରେ ସଂପୃକ୍ତ ସଂଜୟ କୁମାର ପରିଡା, ବୁଧିଆ ରାଉତ, ଶାମ ହାଁସଦା, ମାଣିକ ମୁର୍ମୁ ପ୍ରମୁଖଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉରେ ଏସ୍‌ଆଇ ଜୟମାଧବ ଦାସପଟ୍ଟନାୟକ, ରାମଚନ୍ଦ୍ର ମହାନ୍ତି, ଶଶିଭୂଷଣ ସ୍ୱାଇଁ, କୁମୁଦିନୀ ସୋଙ୍କ ସହିତ ଜଳେଶ୍ୱର ଥାନା ପୋଲିସ୍‌ ଫୋସ୍‌ ସାମିଲ ଥିଲେ ।