ନେସ୍କ ନିବାହୀ ଯନ୍ତ୍ରୀ ସହିତ ବିଦ୍ୟୁତ୍‌ ଉପଭୋକ୍ତା ମଞ୍ଚର ଆଲୋଚନା

ବାଲେଶ୍ୱର, (ଏସ୍‌ ନ୍ୟୁଜ): ବାଲେଶ୍ୱର ଜିଲାର ଉପାନ୍ତ ଅଂଚଳରେ ଅଘୋସିତ ବିଦ୍ୟୁତ୍‌ କାଟ, ବିଦ୍ୟୁତ୍‌ ବିଲ ଅସମାନତା ଓ ନିର୍ଦ୍ଦିଷ୍ଟ ସମୟରେ ବିଦ୍ୟୁତ୍‌ ବିଲ ଯୋଗାଣ ଦାବିରେ ବିଦ୍ୟୁତ୍‌ ଉପଭୋକ୍ତା ମଂଚ ପକ୍ଷରୁ ନେସ୍କୋ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆଲୋଚନା କରାଯାଇଛି । ନିର୍ବାହୀ ଯନ୍ତ୍ରୀ ସମ୍ୟରଂଜନ ନାୟକଙ୍କ ସହିତ ଉପଭୋକ୍ତା ମଂଚର ସଭାପତି ଶଶାଙ୍କ ମହାନ୍ତି, ସଂପାଦକ ଭାସ୍କାର ଚନ୍ଦ୍ର ମିଶ୍ର, ଅରୁଣ ବେଜ, କମଳ ଚକ୍ରବର୍ତ୍ତୀ, ସିତାଂଶୁ ସେଖର ସେନାପତି, ଦିଲ୍ଲିପ ଗିରି, ରବିନ୍ଦ୍ର ବାରିକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଉପରୋକ୍ତ ସମସ୍ୟାର ସ୍ଥାୟୀ ସମାଧାନ କରିବା ସହିତ ଟାଟା ପାୱାର ଅଧିକ ମାନବ ସମ୍ବଳ ଯୋଗାଇବା ସହ ପଢିଆରିପୁର-୨ ଜଳସେଚନ ପଏଣ୍ଟକୁ କାର୍ଯ୍ୟକ୍ଷମ କରାଯିବା ସଂପର୍କରେ ଶ୍ରୀ ନାୟକ ପ୍ରତିଶୃତି ଦେଇଥିଲେ ।