ଭୁଶୁଡ଼ିଗଲା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଟନେଲ

ଭୁଶୁଡ଼ିଯାଇଛି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଅଧିନସ୍ଥ ଟନେଲ । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ଆଡେଣିଗଡ଼ ଅଂଚଳରେ ଥିବା ନିର୍ମାଣାଧୀନ ଟନେଲ । ମାତ୍ର କିଛିଦିନ ତଳେ ଟନେଲ କାମ ସରିଥିଲା । ସେଠାରେ ନଥିଲେ କୌଣସି ଶ୍ରମିକ ନା ଥିଲା କୌଣସି ଯନ୍ତ୍ରପାତି ।

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥଟି ପ୍ରଧାନମନ୍ତ୍ରୀ ମୋଦିଜୀ, କ୍ୟାବିନେଟ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କ୍ୟାବିନେଟ୍‌ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାରିବା ପଣିଆର ପ୍ରତୀକ । ଡବଲ ଇଞ୍ଜିନ ସରକାରଙ୍କ ସମ୍ମାନର ପ୍ରଶ୍ନ । ଟନେଲଟିର ୩୦ ମିଟର ବ୍ୟାସ ଓ ୧୦ ମିଟର ଗଭୀର ବିଶିଷ୍ଟ ଗାତ ପଛରେ କୌଣସି ବିଜେପି ବିରୋଧୀଙ୍କ ହାତ ରହିଛି କି ନା’, ତାହା ସ୍ପଷ୍ଟ ହେବା ଦରକାର ।

ସୂଚନା ମୁତାବକ, ପୁରୁଣା କଟକରୁ ଦଶପଲ୍ଲା ଭିତରେ ରହିଥିବା ୮ଟି ଟନେଲ ଭିତରୁ ଆଡେଣିଗଡ଼ ଟନେଲଟିର ଦୈର୍ଘ୍ୟ ପ୍ରାୟ ୪ କିଲୋମିଟର । ଟନେଲଟି ଓଡ଼ିଶାର ସର୍ବବୃହତ ଟନେଲ । ଏଭଳି ମର୍ଯ୍ୟାଦାଜନକ ଟନେଲଟିର ଏଭଳି ଦୂରବସ୍ଥା?