ବ୍ରାଉନସୁଗାର ବିକ୍ରିର ବଡ଼ ବଜାର ବାଲେଶ୍ୱର

ଭୁବନେଶ୍ୱର(ଏସ୍ ନ୍ୟୁଜ): ଧଳା ଜହର ସାମ୍ରାଜ୍ୟ ଉପରେ ଏସଟିଏଫର ଛଞ୍ଚାଣ ଆଖି। ଖବର ମିଳିବା ମାତ୍ରେ ଚଢାଉ ସହ ଜବତ ହେଉଛି ମାଲ୍। ଆକ୍ସନମୁଡ଼ରେ ଥିବା ଏସଟିଏଫ୍ ପୁଣି ବାଲେଶ୍ୱରରୁ ୮୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରିଛି।

୮୦୦ ଗ୍ରାମ ଓଜନର ଧଳା ଜହର ଜଳେଶ୍ୱର ଅଞ୍ଚଳରୁ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ଏସଟିଏଫ୍। ବେଆଇନ୍ ନିଶା କାରବାର ନେଇ ଗୁଇନ୍ଦା ଖବର ମିଳିଥିବା ବେଳେ ଆଜି ସକାଳୁ ଅତର୍କିତ ଚଢ଼ାଉ ହୋଇଥିଲା। ସେକବାଡ଼ ଅଞ୍ଚଳର ଜଣେ ଯୁବକ ଏସକେ ନାସିନ ପାଖରୁ ଏସବୁ ମିଳିଥିଲା। ରାକେଟ୍ ଚେର କେଉଁଆଡ଼େ ଲମ୍ବିଛି ଜାଣିବା ପାଇ ଏସଟିଏଫ୍ ତାକୁ ପଚରାଉଚରା ଚଳାଇଛି।

ସୂଚନାଯୋଗ୍ୟ, ଏହି କିଛି ଦିନ ମଧ୍ୟରେ ବାଲେଶ୍ୱରକୁ ନିଜର ପେଣ୍ଠସ୍ଥଳୀ ବନେଇ ସାରିଲେଣି ନିଶା ବେପାରୀ। ପଶ୍ଚିମବଙ୍ଗକୁ ଲାଗିକରି ଥିବାରୁ ବାଲାଂଦେଶରୁ ମାଲ୍ ଆସି ସିଧା ବିକ୍ରି ଚାଲିଛି। ଗତ ୧୮ ତାରିଖରେ ଏହିପରି ଚଢାଉ ବେଳେ ଧରା ପଡ଼ିଥିଲେ ଜଣେ ଏମବିଏ ପଢ଼ୁଆ ଛାତ୍ର। ତାଙ୍କ ପାଖରୁ ୧ କେଜି ୩୨୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା। ଯାହାର ଦାମ ଥିଲା ପ୍ରାୟ ୧ କୋଟି ୩୦ ଲକ୍ଷ ଟଙ୍କା।