ଉପନିର୍ବାଚନ‌ ଲାଗି ଗାଇଡଲାଇନ୍‌ ଜାରି

ଭୁବନେଶ୍ୱର(ଏସ୍ ନ୍ଯୁଜ): ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ନେଇ ଆଜି ସରିଛି ସର୍ବଦଳୀୟ ବୈଠକ। ସମସ୍ତ ଦଳକୁ ଉପନିର୍ବାଚନ ଗାଇଡଲାଇନ୍‌ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଅବଗତ କରାଇଛନ୍ତି ।


ଗାଇଡଲାଇନ୍‌ ମୁତାବକ, ଘରଘର ବୁଲି ପ୍ରଚାର କରିବା ବେଳେ ସର୍ବାଧିକ ୫ ଜଣ ରହିପାରିବେ। ନାମାଙ୍କନ ବେଳେ ସର୍ବାଧିକ ୨ ଜଣ ବ୍ୟକ୍ତି ଉପସ୍ଥିତ ରହିପାରିବେ।ସେହିପରି ୮୦ ବର୍ଷରୁ ଅଧିକ ବୟସର ଭୋଟରଙ୍କୁ ମିଳିପାରିବ ପୋଷ୍ଟାଲ ବାଲଟ। ଭିନ୍ନକ୍ଷମ ଓ କୋଭିଡ୍‌ ଆକ୍ରାନ୍ତ ଭୋଟଙ୍କୁ ମଧ୍ୟ ପୋଷ୍ଟାଲ ବାଲଟ ମିଳିବ । ସଙ୍ଗରୋଧରେ ଥିବା ସନ୍ଦିଗ୍ଧ କୋଭିଡ୍‌ ଆକ୍ରାନ୍ତଙ୍କୁ ବି ମିଳିପାରିବ ବୋଲି ସୂଚନା ରହିଛି।

ଏଠାରେ ଉଲ୍ଲେଖ ଥାଉକି, ଆସନ୍ତା ନଭେମ୍ବର ୩ ତାରିଖରେ ଓଡ଼ିଶାର ବାଲେଶ୍ୱର ଏବଂ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।