ପୋଖରୀରେ ପଶିଗଲା କାର୍‌ : ୫ ଯୁବକ ଗୁରୁତର

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ମାର୍କୋଣା ବଜାର ସାହି ନିକଟରେ ଆଜି ସକାଳୁ ଘଟିଛି ଅଘଟଣ । ପ୍ରବଳ ବର୍ଷା ଯୋଗୁ ଭାରସାମ୍ୟ ହରାଇ ନିକଟସ୍ଥ ପୋଖରୀରେ ଏକ କାର୍‌ ପଶି ଯାଇଥିବା ଜଣାଯାଇଛି। ତେବେ କାର୍‌ରେ ଥିବା ୫ ଜଣଙ୍କୁ ସ୍ଥାନୀୟ ଲୋକେ ବହୁ ପରିଶ୍ରମ କରି ବାହାର କରିଥିବା ଜଣାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।