ଆଂଟି ଡ୍ରଗ ଡିକ୍ଲାରେସନ୍‌ ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!

ଭୁବନେଶ୍ୱର: କଲେଜ କ୍ୟାମ୍ପସକୁ ନିଶାମୁକ୍ତ କରିବା ପାଇଁ ସରକାର ଭଲ ପଦକ୍ଷେପ ଗ୍ରହଣ କରିଛନ୍ତି । କିଛିଦିନ ତଳେ ୟୁଜିସି ପକ୍ଷରୁ ନାମଲେଖା ସମୟରେ ଛାତ୍ରଛାତ୍ରୀମାନଙ୍କୁ ଆଂଟି ଡ୍ରଗ୍‌ ଡିକ୍ଲାରେସନ୍‌ ହଲପନାମା ଦାଖଲ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ସେହି ନିର୍ଦ୍ଦେଶନାମାକୁ ଆଉ ପାଦେ ଆଗକୁ ନେଇଯାଇଛି ବିଜେଡି ସରକାର ।

ମଙ୍ଗଳବାର ବିଧାନସଭାରେ ଅନୁଷ୍ଠିତ ଷ୍ଟାଣ୍ଡିଂ କମିଟି ନିଷ୍ପତି ମୁତାବକ କଲେଜ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଆଂଟି ଡ୍ରଗ୍‌ ଡିକ୍ଲାରେସନ୍‌ ଦାଖଲ କରିବାକୁ ପଡ଼ିବ । ରାଜ୍ୟ ସରକାରଙ୍କ ମତରେ କେବଳ ଛାତ୍ରଛାତ୍ରୀ ନୁହନ୍ତି, ଅଧ୍ୟାପକ ଅଧ୍ୟାପିକାମାନେ ମଧ୍ୟ ଆଂଟି ଡ୍ରଗ ଡିକ୍ଲାରେସନ୍‌ ହଲପନାମା ଦାଖଲ କରିବେ ।

ସେପରି କଲେ କଲେଜ କ୍ୟାମ୍ପସ ନିଶାମୁକ୍ତ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଚାର କରୁଛନ୍ତି ।

ଏବେ କଥା ଉଠୁଛି, ସଚ୍ଚିବାଳୟ କ୍ୟାମ୍ପସକୁ ନିଶାମୁକ୍ତ କରାଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାବୁନାହାନ୍ତି କି? ସଚ୍ଚିବାଳୟ ଭିତରେ କାମ କରୁଥିବା ପ୍ରତ୍ୟେକ କର୍ମଚାରୀଙ୍କୁ ଆଂଟି ଡ୍ରଗ୍‌ ଡିକ୍ଲାରେସନ୍‌ ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଗଲେ କେମିତି ହୁଅନ୍ତା?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଂଟି ଡ୍ରଗ୍‌ ଡିକ୍ଲାରେସନ୍‌ ସତ୍ୟପାଠ ଦାଖଲ କରି ଦୃଢ଼ତାର ସହିତ କହିପାରିବେ କି ସେ ଆଦୌ ନିଶାସେବନ କରୁନାହାନ୍ତି ।