‘ନବୀନ ଓଡ଼ିଶା’ରେ କାଗଜପତ୍ରର ମହିଳାମାନେ ଅସଲରେ ପୁରୁଷ

ଭୁବନେଶ୍ୱର: ବିଜେଡି ମୁଖିଆ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ଦିନଠାରୁ ମହିଳାଙ୍କୁ ରୋଜଗାରକ୍ଷମ ଓ ପୁରୁଷଙ୍କୁ କ୍ଲୀବ କରିବା ପାଇଁ ଶହେରୁ ଅଧିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ହାତରେ ବିଜୁଳି ବିଲ ଆଦାୟ, ଆହାର କେନ୍ଦ୍ର ପରିଚାଳନା, ନୂତନ ନିର୍ମାଣ, ପାର୍କ ରକ୍ଷଣା ବେକ୍ଷଣ ଦାୟିତ୍ୱ, ମିଲେଟ୍‌ କାଫେ ଭଳି କାମ ଧରାଇଛନ୍ତି । ପୁରୁଷଙ୍କ ତୁଳନାରେ ମହିଳାଙ୍କ ଆଚରଣ ଓ ଉଚ୍ଚାରଣ ସବୁ ବର୍ଗର ଲୋକଙ୍କୁ ସୁହାଇବ ବୋଲି ସରକାର ବିଚାର କରୁଥିଲେ । ସରକାରୀ ବିଭାଗ ସହିତ ରାଜିନାମା କରୁଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ । ମାତ୍ର ଅସଲରେ ସବୁ କାମ ସମ୍ଭାଳୁଛନ୍ତି ପୁରୁଷ ସମାଜ ।

ଗୋଟିଏ ଉଦାହରଣ ନଦେଲେ, ଆମ କଥାକୁ କେହି ପରତେ ଯିବେନି । ଲିଙ୍ଗରାଜ ମନ୍ଦିରକୁ ଯାଉଥିବା ଭକ୍ତମାନେ ସେମାନଙ୍କ ଯାନବାହନକୁ ଯୋଉଠି ରଖନ୍ତି, ତା’ର ପରିଚାଳନା ଦାୟିତ୍ୱ ଗୋଟିଏ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି । କିନ୍ତୁ ସବୁ କାମ ପରିଚାଳନା କରୁଛନ୍ତି ପୁରୁଷ ।

‘ନବୀନ ଓଡ଼ିଶା’ରେ ମହିଳାଙ୍କୁ ମୁଣ୍ଡରେ ବସାଇବା ଅର୍ଥ ‘ନିକମା ପୁରୁଷ’ ଗଢ଼ିବା ନୁହେଁ ତ?

ଆଜି ମଧ୍ୟ ଜଣେ ମହିଳା ପୁଲିସ ଅଧିକ୍ଷକ ଏକୁଟିଆ ପାଟ୍ରୋଲିଂରେ ଯିବାର ସତସାହସ ରଖି ପାରିନାହାନ୍ତି । ସେଭଳି ସମାଜରେ ପୁରୁଷକୁ ନିକମା ଭିତରେ ଗଣିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କୋଉ ଦୃଷ୍ଟିଭଙ୍ଗୀକୁ ବୁଝାଉଛି ।