ସିଏମ୍‌ ନବୀନ ପଟ୍ଟନାୟକ ଅର୍ଥ କ୍ରାଇମ ମ୍ୟାନେଜର ନୁହେଁ

ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ରହି ନବୀନ ପଟ୍ଟନାୟକ ଶାସନ ପରିଚାଳନା ଆଳରେ କ୍ରାଇମ୍‌ ମ୍ୟାନେଜମେଂଟ କରୁଛନ୍ତି । ରାଜ୍ୟ ସରକାରଙ୍କ ସବୁ ଯୋଜନା ସହିତ ଅପରାଧ ପରିଚାଳନା ଯୋଜନା ମଧ୍ୟ ବେଶ ସଫଳତା ଲାଭ କରିଛି । ତା’ର ପ୍ରତିଫଳନ ଦେଖିବାକୁ ମିଳିଛି ବହୁଚର୍ଚ୍ଚିତ ଏସ୍‌ସିଏଫ୍‌ ସୌମ୍ୟରଂଜନ ମୃତ୍ୟୁ ମାମଲାରେ। ତିନି ଅଭିଯୁକ୍ତଙ୍କ ବିରୋଧରେ କୋର୍ଟ ପକ୍ଷରୁ ଜାମିନ ବିହୀନ ପରୱାନା ଜାରି କରାଯାଇଛି; ମାତ୍ର ପୁଲିସ ଅଭିଯୁକ୍ତଙ୍କୁ ଏ ଯାବତ ଗିରଫ କରିନି। କାହା ଚାପରେ ପଡ଼ି ପୁଲିସ ଅଭିଯୁକ୍ତ ଡିଏଫଓ, ମୃତକଙ୍କ ପତ୍ନୀ ବିଦ୍ୟାଭାରତୀ ଓ ରୋଷେୟାଙ୍କୁ ଗିରଫ କରୁନି? ତାହା ଏବେ ସମସ୍ତଙ୍କ ପାଇଁ ବଡ଼ ପ୍ରଶ୍ନ ହୋଇଛି ।

ବିଜେପି ଅଭିଯୋଗ ମୁତାବକ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ପୃଷ୍ଠପୋଷକତା ମିଳୁଥିବାରୁ ତିନି ଅଭିଯୁକ୍ତ ଆଇନ ସହିତ ଖେଳୁଛନ୍ତି । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁର କାରଣ ଏ ଯାବତ୍‌ ଲୋକଙ୍କ ପାଇଁ ଏକ ରହସ୍ୟ ହୋଇରହିଛି ।

ଦକ୍ଷ ଆଇପିଏସ୍‌ ଅରୁଣ ବୋଥ୍ରା ମାମଲାର ତଦନ୍ତ କରୁଥିଲେ । ହତ୍ୟାର ଖିଅ ଯାଇ ଝାରସୁଗୁଡ଼ା ବିମାନ ବନ୍ଦର ପୁଲିସ ପାଇଖାନା ଟାଙ୍କିରେ ଲୁଚି ରହିଥିଲା। ସତରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୩ ବର୍ଷର ଶାସନ ଭିତରେ ଓଡ଼ିଶାରେ ବହୁତ ଐତିହାସିକ ଘଟଣାମାନ ଘଟୁଛି। ତା’ ଭିତରୁ ରାଜ୍ୟ ସରକାରଙ୍କ ଅପରାଧ ପରିଚାଳନା ଅନ୍ୟତମ ।