ରାଜ୍ୟରେ ୧୨୮୪ ଛୁଇଁଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର (ଏସ ନ୍ୟୁଜ ): ରାଜ୍ୟରେ ୧୫୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୨୮୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଆଜି ଭୁବନେଶ୍ୱର, ଝାରସୁଗୁଡା, ନୂଆପଡାରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ନବରଙ୍ଗପୁର, ପୁରୀ, ସୁନ୍ଦରଗଡ, ସମ୍ବଲପୁର, କଟକ, ଗଞ୍ଜାମରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଅନ୍ୟପଟେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୮୬ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୬୫୪ଟି ହେଉଛି ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ‌। ୩୦ଟି ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତନକ ମଧ୍ୟରୁ ଅନୁଗୁଳରୁ ୧୦୦ ଜଣେ କରୋନା ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ବରରୁ ୯୨, ବରଗଡ଼ରୁ ୪୧, ଭଦ୍ରକରୁ ୯, ବଲାଙ୍ଗୀରରୁ ୬୭, ବୌଦ୍ଧରୁ ୩, କଟକରୁ ୯୯, ଦେବଗଡ଼ରୁ ୭, ଢେଙ୍କାନାଳ ୨୪, ଗଜପତି ୫, ଗଞ୍ଜାମରୁ ୨୯, ଗଜତ୍‌ସିଂହପୁରରୁ ୭୮, ଯାଜପୁରରୁ ୨୨, ଝାରସୁଗୁଡ଼ାରୁ ୪୨, କଳାହାଣ୍ଡିରୁ ୪୭, କନ୍ଧମାଳରୁ ୧୪, କେନ୍ଦ୍ରାପଡ଼ାରୁ ୬୨, କେନ୍ଦୁଝରରୁ ୩୮, ଖେ‌ାର୍ଦ୍ଧାରୁ ୨୦୮, କୋରାପୁଟରୁ ୨୬, ମାଲକାନଗିରିରୁ ୪୨, ମୟୂରଭଞ୍ଜରୁ ୯୧, ନବରଙ୍ଗପୁରୁରୁ ୪୩, ନୟାଗଡ଼ରୁ ୩୩, ନୂଆପଡ଼ାରୁ ୫୧, ପୁରୀରୁ ୪୯, ରାୟଗଡ଼ାରୁ ୧୦, ସମ୍ବଲପୁରରୁ ୩୨, ସୋନପୁରରୁ ୨୯, ସୁନ୍ଦରଗଡ଼ରୁ ୧୧୧ ଓ ଷ୍ଟେଟ୍‌ ପୁଲ୍‌ରୁ ୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ଏବେ ସୁଦ୍ଧା ରାଜ୍ୟରୁ ୨ ଲକ୍ଷ ୬୮ ହଜାର ୧୧୫ ଅ‌ାକ୍ରାନ୍ତ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ଅଛନ୍ତି ୧୬ ହଜାର ୩୦ ଜଣ। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୨ ହଜାର ୧୦ ଜଣ ସୁସ୍ଥ ହୋଇ ସାରିଲେଣି।