ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କ ଘରୁ ମିଳିଲା ଡ୍ରଗ୍ସ

ମୁମ୍ୱାଇ: କରିସ୍ମା ପ୍ରକାଶଙ୍କ ଘରୁ ଡ୍ରଗ୍ସ ଜବତ କରିଛି ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ । ଗତମାସରେ ଦୀପିକା ପାଦୁକୋନ ଓ କରିସ୍ମାଙ୍କ ଡ୍ରଗ୍ସ ଚାଟ ଭାଇରାଲ ହୋଇଥିଲା। ଉଭୟଙ୍କ ଏନସିବି ପଚରାଉଚରା କରି ଛାଡି ଦେଇଥିଲା। କରିସ୍ମା ପ୍ରକାଶ ଦୀପିକାଙ୍କ ପାଦୁକୋନଙ୍କ ମ୍ୟାନେଜର ଅଟନ୍ତି । ଏବେ ପୁୁଣି କରିସ୍ମାଙ୍କ ଘରୁ ଡ୍ରଗ୍ସ ମିଳିବା ଉଭୟଙ୍କ ପାଇଁ ଅଡ଼ୁଆ ବଢ଼ାଇଛି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ ବଲିଉଡରେ ଡ୍ରଗ୍ସ କାରବାରର ଖୋଳତାଡ କରୁଛି ଏନସିବି।

କରିସ୍ମା ଘରୁ ଡ୍ରଗ୍ସ ଜବତ ହେବାପରେ ତାଙ୍କୁ ଆଜି ହାଜର ହେବାକୁ ସମନ କରିଛି ଏନସିବି। ରେଡ୍ ବେଳେ କରିସ୍ମାଙ୍କ ଘରୁ ‘ହ୍ୟାଶ’ ଜବତ ହୋଇଛି। ମୁମ୍ୱାଇର ଭେର୍ସୋଭା ଅଞ୍ଚଳରେ ଥିବା ତାଙ୍କ ଘରେ ରେଡ୍ କରିବା ବେଳେ ଏନସିବି ଅଧିକାରୀମାନେ ୧.୮ ଗ୍ରାମର ‘ହ୍ୟାଶ’ ଜବତ କରିଥିଲେ।

ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ ଏଯାବତ ୨୩ ଜଣଙ୍କୁ ଏନସିବି ଗିରଫ କରିଛି। ଇଡିର ନିର୍ଦ୍ଦେଶକ୍ରମେ ଏନସିବି ଡ୍ରଗ୍ସ ଆଙ୍ଗେଲର ତଦନ୍ତ କରୁଛି। ଏହି ମାମଲାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ଜାମିନ୍ ପାଇଥିବା ବେଳେ ତାଙ୍କ ଭାଇ ଶୋଭିକ୍ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ଘରର ମ୍ୟାନେଜର ସାମୁଏଲ ମିରାଣ୍ଡା, ରୋଷେୟା ଦୀପେଶ ସାୱନ୍ତ ଏବଂ ଅନ୍ୟମାନଙ୍କୁ ଗିରଫ କରିଛି।