୩୧ ପୂର୍ବରୁ ବସିବ ଶୀତ ଅଧିବେଶନ

ଭୁବନେଶ୍ୱର(ଏସ ନ୍ୟୁଜ ): ବିଧାନସଭାର ଶୀତକାଳୀନ ଅଧିବେଶନ ଖୁବଶୀଘ୍ର ଆରମ୍ଭ ହେବ । ଡିସେମ୍ବର ୩୧ପୂର୍ବରୁ ବିଧାନସଭାର ଶୀତକାଳୀନ ଅଧିବେଶନ ବସିବା ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ବିଧାନସଭା ବିଧି ଅନୁସାରେ ୬୦ ଦିନ ଗୃହ କାର୍ଯ୍ୟ ଚାଲିବାର ବ୍ୟବସ୍ଥା ରହିଛି। ତୃତୀୟ ଓ ଚତୁର୍ଥ ଅଧିବେଶନରେ ସର୍ବମୋଟ ୨୦ ଦିନ ଗୃହ କାର୍ଯ୍ୟ ଚାଲିଛି। ଡିସେମ୍ବର ପୂର୍ବରୁ ଆଉ ୪୦ ଦିନର ବସିବାକୁ ବାକି ରହିଛି। କେବେ ବସିବ ଓ କଣ ରହିବ ରୂପରେଖ, ସେନେଇ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି । ରାଜ୍ୟପାଳଙ୍କ ନିଷ୍ପତ୍ତି ପରେ ୪୦ ଦିନର କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ ବୋଲି କହିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।