କରୋନା ସଂକ୍ରମଣ ଆହୁରି ୨ ମାସ ବଢିବ: ଡାକ୍ତର ନିରଞ୍ଜନ ମିଶ୍ର

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନାର ନୂଆ ଭାରିଆଣ୍ଟ ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ୫୦୦ତଳକୁ ଖସିଯାଇଥିବା ସଂଖ୍ୟା ଏବେ ୮ହଜାର ଟପିଲାଣି । ତେବେ ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବବା ବେଳେ ଆସନ୍ତା ୨ମାସ କରୋନା ସଂକ୍ରମଣ ବଢ଼ିକି ରହିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

ତାଙ୍କ କହିବା ମୁତାବକ, ଅନ୍ୟ ଦେଶରେ ମଧ୍ୟ ସଂକ୍ରମଣ ବ୍ୟାପୁଛି । ଅଧିକାଂଶ ଆକ୍ରାନ୍ତଙ୍କର ସାମନ୍ୟ ଲକ୍ଷଣ ଅଛି । ୪ରୁ ୫ଟି ଜିଲ୍ଲାରେ ଟିପିଆର ଅଧିକ ରହିଛି। କିନ୍ତୁ ମୃତ୍ୟୁ, ହସ୍ପିଟାଲାଇଜେସନ ଓ ଆଇସିୟୁର ଆବଶ୍ୟକତା କମ ରହୁଛି । ଗତକାଲି ମୁଖ୍ୟମନ୍ତ୍ରୀ ସମୀକ୍ଷା କରି ସମସ୍ତ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ଅନୁସାରେ କ୍ଲଷ୍ଟର କଣ୍ଟେନମେଣ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ରୋଗୀ ସଂଖ୍ୟା ଦେଖି ବେଡ଼ ସଂଖ୍ୟା ବଢ଼ାଯିବ ।