ହେପାଜତ ମୃତ୍ୟୁ ମାମଲା: ୨ ଏସିଏଫ୍, ଜଣେ ରେଞ୍ଜର ଓ ୭ ବନ କର୍ମଚାରୀ ଥାନାରେ ଅଟକ

ବନ ବିଭାଗ ହେପାଜତରେ ଜଣେ ଅଭିଯୁକ୍ତଙ୍କର ମୃତ୍ୟୁ ….

ବନ ବିଭାଗ ହେପାଜତରେ ଜଣେ ଅଭିଯୁକ୍ତଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିବା ବେଳେ ପୁଲିସ୍ ଦୁଇ ଏସିଏଫ୍‌, ଜଣେ ରେଞ୍ଜର ଓ ୭ ଅନ୍ୟ ବନ କର୍ମଚାରୀଙ୍କୁ ଅଟକ ରଖିଛି। କଟକ ଜିଲ୍ଲା ଆଠଗଡ଼ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା।

ମୃତ ଅଭିଯୁକ୍ତଙ୍କ ନାଁ ଧନେଶ୍ୱର ବେହେରା (୫୯)। ତାଙ୍କ ଘର ଖୁଣ୍ଟକଟା ସାତଗୋଛିଆ ଗାଁରେ। ହାତୀ ଶିକାର କରିବା ଓ ଦାନ୍ତ କାଟି ନେବା ଅଭିଯୋଗରେ ଗତକାଲି ବଡ଼ମ୍ବା ରେଞ୍ଜର ବନକର୍ମୀଚାରୀମାନେ ତାଙ୍କୁ ଘରୁ ଉଠାଇ ନେଇଥିଲେ। ତାଙ୍କୁ ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରାଙ୍କ ହେପାଜତରେ ରଖି ପଚରାଉଚରା କରାଯାଉଥିଲା। ତେବେ ଆଜି ଭୋରରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ପୁଲିସ୍ ପାଖରେ ସୂଚନା ପହଞ୍ଚିଥିଲା।