ବଡ଼ବିଲ ଠାରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୫ତମ ଜନ୍ମମହୋତ୍ସବ ପାଳିତ

ଏଥିରେ ଶତାଧିକ ଶ୍ରଦ୍ଧାଳୁ କୀର୍ତ୍ତନର ତାଳେ ତାଳେ ନଗର ପରିକ୍ରମା କରିଥିଲେ….

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଡବିଲ ସହର ସ୍ଥିତ ସତସଙ୍ଗ ବିହାର ପରିସରରେ ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଜନ୍ମ ମହୋତ୍ସବ ମହା ଆଡମ୍ବରରେ ପାଳିତ ହୋଇ ଯାଇଛି। ଏହି ଅବସରରେ ବ୍ରହ୍ମ ମୁହୂର୍ତ୍ତରେ ବେଦ ମାଙ୍ଗଳିକ, ପୂର୍ବାହ୍ନରେ ସୁଶୋଭିତ ରଥ ଦ୍ଵାରା ବଡ଼ବିଲ ନଗର ପରିକ୍ରମା କରାଯାଇଥିଲା।ଏଥିରେ ଶତାଧିକ ଶ୍ରଦ୍ଧାଳୁ କୀର୍ତ୍ତନର ତାଳେ ତାଳେ ନଗର ପରିକ୍ରମା କରିଥିଲେ। ଦିନ ସାଢେ ୧୧ଟା ବେଳେ ସତସଙ୍ଗ ବିହାର ପ୍ରାଙ୍ଗଣରେ ଆରମ୍ଭ ହୋଇଥିଲା ସତସଙ୍ଗ ଓ ସଦାଲୋଚନା ଅନୁଷ୍ଠିତ ହୋଇଥିଲା।

ଏଥିରେ ସଭାପତିତ୍ୱ କରିଥିଲେ ବଡ଼ବିଲ ଆଗତ ସତସଙ୍ଗର ସହ ପ୍ରତି ରିତିକ୍ ମୁଖ୍ୟବକ୍ତା ଭାବେ ଆଗତ ସହ ପ୍ରତି ସତସଙ୍ଗ ଉପରେ ସମାଲୋଚନା କରିଥିଲେ। ଏଥିରେ ପ୍ରଥମେ ବଡ଼ବିଲ ତଥା ଆଖପାଖ ଅଞ୍ଚଳରୁ ଆଗତ ସତସଙ୍ଗି ଭାଈ ଓ ମା ମାନେ ଖୁବ୍ ସୁନ୍ଦର ଭଜନ କୀର୍ତ୍ତନ ପରିବେଷଣ କରିଥିଲେ। ଯାହା ଚତୁର୍ଦ୍ଦିଗକୁ ଆଧ୍ୟାତ୍ମିକ ଭାବନା ସଂଚାରଣ କରିଥିଲା। ଏହା ପରେ ନିମନ୍ତ୍ରିତ ରିତ୍ୱିକ ଦେବତା ବସନ୍ତ ସାହୁ ଶ୍ରୀଶ୍ରୀ ଠାକୁରଙ୍କ ଭାବାଦର୍ଶକୁ ନିଜ ଆଲୋଚନା ମାଧ୍ୟମରେ ଭକ୍ତ ମାନଙ୍କ ମଧ୍ୟରେ ରଖିଥିଲେ।

ଶ୍ରୀଶ୍ରୀ ଠାକୁରଙ୍କ ଭାବାଦର୍ଶରେ ଆକୃଷ୍ଟ ହୋଇ ୮ ଜଣ ସତମନ୍ତ୍ରରେ ଦୀକ୍ଷିତ ହୋଇଥିଲେ। ସତସଙ୍ଗ ପରେ ହଜାର ହଜାର ଲୋକ ଆନନ୍ଦ ବଜାରରେ ପ୍ରସାଦ ସେବନ କରିଥିଲେ। ଅପରାହ୍ନରେ ପୁଣି ଆରମ୍ଭ ହୋଇଥିଲା ମାତୃ ସମ୍ମିଳନୀ। ଏହା ପରେ ସନ୍ଧ୍ୟା କାଳୀନ ବିନତୀ ପ୍ରାର୍ଥନା ପରେ ଏହି ଉତ୍ସବ ସମାପନ ହୋଇଥିଲା।ବଡ଼ବିଲ ରୁ ଡ଼ିମ୍ପଲ ସାଣ୍ଡିଲ ରିପୋର୍ଟ।