ଅସହାୟ, ବେସାହାରା ଅନାଥର ଶବ ସତ୍କାର କଲେ ହେଲ୍ପ ଫର ୟୁ ଫାଉଣ୍ଡେସନ

ଜଳେଶ୍ୱର, (ଏସ୍‌ ନ୍ୟୁଜ): ବାରିପଦାରୁ ଆସି ଜଳେଶ୍ୱରର ପଥରପୁରା ସାହୁଗଲି ନିକଟରେ କଟିଆପାତ୍ର ନାମକ ଜନୈକ ବ୍ୟକ୍ତି ରିକ୍ସା ଟାଣି ଜୀବନ ଜୀବିକା ଚଳାଇ ଆସୁଥିଲେ । ତାଙ୍କ ନିକଟରେ କେହି ନଥିଲେ ମଧ୍ୟ ସେ ଏକା ରହି ଆସୁଥିଲେ । ମାତ୍ର ୪୫ବର୍ଷ ହୋଇଥିଲେ ମଧ୍ୟ ହୃଦ୍‌ଘାତରେ ଆଜି ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ କରୋନାମହାମାରୀ ସମୟରେ ତାଙ୍କୁ କାନ୍ଧ ଦେବାକୁ କେହି ଆସିନଥିଲେ । ଏ ସମ୍ପର୍କରେ ହେଲ୍ପଫରୟୁ ଫାଉଣ୍ଡେସନର ସଭାପତି ମାନସ ଧଳ ଖବର ପାଇ ସେଠାରେ ପହଞ୍ଚି ଏପରି ମହତ୍‌କାର୍ଯ୍ୟରେ ଯୋଗ ଦେବାକୁ ସଦସ୍ୟମାନଙ୍କୁ ପ୍ରବର୍ତ୍ତାଇଥିଲେ । ସଂସ୍ଥାର ସଦସ୍ୟ ଚିନ୍ମୟ ପ୍ରମାଣିକ, ହେମନ୍ତ ପାତ୍ର, ପ୍ରଦୀପ ପାତ୍ର, ସୌମ୍ୟରଂଜନ ଘଡାଇ, ତରୁଣ ନାଥ, ତପନ ଦେ, କାଳିଚରଣ ଦାସ, ନିତ୍ୟାନନ୍ଦ ଦାସ, ବଳରାମ ପ୍ରଧାନ ପ୍ରମୁଖ ଶବକୁ ଶ୍ମାଶାନ ନେଇ ଦହ କରିଥିଲେ । ଏପରି କାର୍ଯ୍ୟକୁ ଜଳେଶ୍ୱର ଅଂଚଳବାସୀ ଭୟସୀ ପ୍ରଶଂସା କରିକରିଛନ୍ତି ।