ନୂଆଦିଲ୍ଲୀ: ସେପ୍ଟେମ୍ବର ମାସ ଆରମ୍ଭରୁ ଗ୍ୟାସ ସିଲିଣ୍ଡର ଦର ବଢ଼ିବା ଖାଉଟୀଙ୍କୁ ଚିନ୍ତାରେ ପକାଇଥିବା ବେଳେ ପେଟ୍ରୋଲ ଓ ଡିଜେଲ୍ ଦରକୁ ନେଇ ଆଶ୍ୱସ୍ତିକର ଖବର ଆସିଛି। ମାସର ପ୍ରଥମ ଦିନରେ ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ ପାଇଛି। ଆଜି ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଦର ଲିଟର ପିଛା ୧୫ ପଇସା ଲେଖାଏ କମିଛି। ଏହା ପୂର୍ବରୁ ଗତ ସପ୍ତାହ ମଙ୍ଗଳବାର ଦିନ ଉଭୟ ତୈଳ ଦର ହ୍ରାସ ପାଇଥିଲା। ବୁଧବାର ଦିଲ୍ଲୀରେ ଇଣ୍ଡିଆନ୍ ଅଏଲ ପମ୍ପରେ ପେଟ୍ରୋଲ ଲିଟର୍ ପିଛା ୧୦୧.୩୪ ଟଙ୍କା ବିକ୍ରି ହେଉଛି। ସେହିପରି ଡିଜେଲ୍ ଲିଟର୍ ପିଛା ୮୮.୭୭ ଟଙ୍କାରେ ବିକ୍ରି ହେଉଛି
Prev Post