ନୂଆଦିଲ୍ଲୀ: ମାସର ପ୍ରଥମ ଦିନରେ ମହଙ୍ଗା ମାଡ। ଦେଶରେ ପୁଣି ବଢିଲା ଗ୍ୟାସ ଦର। ଏଲପିଜି ସିଲିଣ୍ଡର ପିଛା ବଢିଲା ୨୫ ଟଙ୍କା । ତେବେ ଗ୍ୟାସ ଦର ୧୫ ଦିନକରେ ୫୦ ଟଙ୍କା ବଢିଲାଣି। ପେଟ୍ରୋଲ, ଡିଜେଲ ଦରଦାମ ବୃଦ୍ଧି ଭିତରେ ଖାଉଟି ଗ୍ୟାସ ଦର ବୃଦ୍ଧି ସାଧାରଣ ଖାଉଟି ପାଇଁ ବୋଝ ଉପରେ ନଳିତବିଡା ଭଳି ହୋଇଛି। ଦରବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତାଷ ଦେଖାଦେଇଛି। ଅଗଷ୍ଟ ୧୭ ତାରିଖରେ ଅଣ-ରିହାତି ‘ଏଲ୍ପିଜି ସିଲିଣ୍ଡର୍’ର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଥିଲା। ପୂର୍ବରୁ ଜୁଲାଇ ପହିଲାରେ ମଧ୍ୟ ‘ଏଲ୍ପିଜି ସିଲିଣ୍ଡର୍’ର ଦର ଟ. ୨୫.୫୦ ବୃଦ୍ଧି ପାଇଥିଲା। ଆଜି ସେପ୍ଟେମ୍ବର ପହିଲାକୁ ମିଶାଇ ରନ୍ଧନ ଗ୍ୟାସ୍ ଦର କ୍ରମାଗତ ୩ ମାସ ହେବ ବୃଦ୍ଧି ପାଇ ସମୁଦାୟ ଟ. ୭୫ଟଙ୍କା ମହଙ୍ଗା ହେଲାଣି ।
Next Post