ନବୀନ ପଟ୍ଟନାୟକଙ୍କ ଠାରୁ ବିଜେଡି ଟିକେଟ୍‌ ନେଲେ ଦୀପାଳି ଦାସ

ଭୁବନେଶ୍ୱର :ଝାରସୁଗୁଡା ବିଧାନସଭା ଉପ ନିର୍ବାଚନ ପାଇଁ ନବୀନ ନିବାସରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଠାରୁ ଦୀପାଳି ଦାସ ଦଳୀୟ ଟିକେଟ ଗ୍ରହଣ କରିଛନ୍ତି । ଦୀପାଳିଙ୍କ ସହ ତାଙ୍କ ଭାଇ ବିଶାଲ ଦାସ , ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ଏବଂ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଏହି ସମୟରେ ଉପସ୍ଥିତ ଥିଲେ । ସେ ଝାରସୁଗୁଡାର ବିକାଶକୁ ଆହୁରି ତ୍ୱରାନିତ୍ୱ କରିବେ ବୋଲି କହିଛନ୍ତି ।