ଆଜିଠୁ ପ୍ରଚାର ମୈଦାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଜଗତସିଂହପୁର : ଓଡ଼ିଶାର ହେବାକୁ ଥିବା ୨ଟି ଉପନିର୍ବାଚନ ପାଇଁ ପ୍ରସ୍ତୁତି ଜୋରାଦାର ଚାଲିଛି । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଉପରେ ସମସ୍ତଙ୍କ ନଜର। ଏନେଇ ଜଗତସିଂହପୁର ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭର୍ଚୁଆଲ ରାଲିରେ ସମ୍ବୋଧନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ କାର୍ଯ୍ୟାଳୟରେ ଅପରାହ୍‌ଣରେ ଭର୍ଚୁଆଲ ରାଲି ହେବ ବୋଲି ଜଣାପଡିଛି । ତେବେ ପର୍ଯ୍ୟାୟକ୍ରମେ ତାରକାମାନେ ପ୍ରଚାରକ ମଇଦାନକୁ ଓହ୍ଲାଇବେ । ସୁରେଶ ପୂଜାରୀ, ବସନ୍ତ ପଣ୍ଡା ଓ ଅପରାଜିତା ଷଢଙ୍ଗୀ ମଧ୍ୟ ପ୍ରଚାର କରିବେ ।