ନୟାପଲ୍ଲୀରୁ ବିଜୁ ବିମାନ ବନ୍ଦର ହେବ ଗ୍ରୀନ୍‌ କରିଡର

ଭୁବନେଶ୍ୱର : ନୟାପଲ୍ଲୀରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଆଜି ଗ୍ରୀନ୍ କରିଡର ଘୋଷଣା କରାଯାଇଛି। ଜଣେ ଅସୁସ୍ଥ ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ନେବା ନିମନ୍ତେ ଏହି ଘୋଷଣା ହୋଇଛି ।

ସୂଚନା ଅନୁସାରେ ନୟାପଲ୍ଲୀର ଏକ ଘରୋଇ ହସ୍ପିଟାଲରୁ ସମ୍ପୃକ୍ତ ଗୁରତର ରୋଗୀଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ ହାଇଦ୍ରାବାଦ ନେବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ରୋଗୀଙ୍କ ଘର ପୁରୀ ଜିଲ୍ଲାରେ ବୋଲି ଜଣାଯାଇଛି। ଜନଗହଳିପୂର୍ଣ୍ଣ ଏହି ରାସ୍ତାରେ ମାତ୍ର ୭ରୁ ୮ ମିନିଟ୍ ଭିତରେ ହସ୍ପିଟାଲରୁ ରୋଗୀଜଣଙ୍କୁ ବିମାନବନ୍ଦର ନେବାକୁ ଲକ୍ଷ୍ୟ ରଖାଯାଇଛି।

ଗ୍ରୀନ୍‌ କରିଡର ନିୟ ମଅନୁସାରେ, ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସ ନେଇ ଯିବା ବାଟରେ ଅନ୍ୟ ଗାଡ଼ି ଚଳାଚଳ ବନ୍ଦ ରହିବ। ଫଳରେ ରୋଗୀଙ୍କୁ ତୁରନ୍ତ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଯାଇପାରିବ। ଭୁବନେଶ୍ୱର ଟ୍ରାଫିକ ଡିସିପି ଗ୍ରୀନ୍‌ କରିଡରର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଗ୍ରୀନ କରିଡରକୁ ପାଳନ କରାଯିବ।