ଆଜିଠାରୁ ରାଜ୍ୟରେ ଡଲଫିନ୍ ଗଣନା କାର୍ଯ୍ୟ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଡଲଫିନ୍ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ସକାଳ ଛଅଟାରୁ ଚିଲିକା ଓ ଗହିରମଥା ଠାରେ ଏହି ଗଣନା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହା ୩ଦିନ ପର୍ଯ୍ୟନ୍ତ ଜାରି ରହିବ । ଚିଲିକା ପାଇଁ ସାତପଡ଼ାରୁ ୮ଟି ଟିମ୍ ଓ ବାଲୁଗାଁରୁ ୧୦ ଟିମ୍ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସେହିପରି ଗହିରମଥାରୁ ୮ଟି ଟିମ୍ ଗଣନା ପାଇଁ ନିୟୋଜିତ ହୋଇଥିବା ଜଣାପଡ଼ିଛି ।