ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ ଅଧିକାରୀ

ରାଜ୍ୟରେ କିଛିଦିନ ଧରି ଜଣକ ପରେ ଜଣେ ସରକାରୀ….

କଳାହାଣ୍ଡି: ରାଜ୍ୟରେ କିଛିଦିନ ଧରି ଜଣକ ପରେ ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହେଉଥିବା କଥା ସାମ୍ନାକୁ ଆସୁଛି । ଦେଖିବାକୁ ଗଲେ କେବଳ ଡ଼ିସେମ୍ବର ମାସରେ ୨ଜଣ ଭିଜିଲାନ୍ସ ହାତରେ ଧରାପଡିବା ପରେ ଆଜି ପୁଣି ଥରେ ଭିଜିଲାନ୍ସ ଜାଲରେ ଜଣେ କୋଟିପତି ଫରେଷ୍ଟ ରେଞ୍ଜ ଅଧିକାରୀ ଧରାପଡିିଛନ୍ତି ।
ଫରେଷ୍ଟ ରେଞ୍ଜ ଅଧିକାରୀ କେଶବ ମାଝି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧରା ପଡିଛନ୍ତି । ଏନେଇ କେଶବଙ୍କ ଘରେ ଏବଂ ଅଫିସରେ ଭିଜିଲାନ୍ସ ରେଡ ପକାଇଛି । ଏହାସହ କଳାହାଣ୍ଡି ଜିଲ୍ଲାରେ ଥିବା ୪ଟି ସ୍ଥାନରେ ଏକ କାଳୀନ ଚଢାଉ ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଟଙ୍କା ଜବତ କରାଯାଇଛି ତାହା ଜଣା ପଡ଼ିନାହିଁ । ସମ୍ପୂର୍ଣ୍ଣ ରେଡ୍ ପରେ ଏହା ଜଣା ପଡିବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ ପାଇଛି । ଗତ ଡିସେମ୍ବର ୮ତାରିଖରେ ଟିଟିଲାଗଡ ବନ ବିଭାଗ ରେଞ୍ଜର ଶିବ ପ୍ରସାଦ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ ପଡିଥିଲା । ଏହାର ଠିକ୍ ଦୁଇ ଦିନ ପୂର୍ବରୁ ଅର୍ଥାତ ଡ଼ିସେମ୍ବର ୬ ତାରିଖରେ ଜଣେ ସରକାରୀ ନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ଦାସ ଭିଜିଲାନ୍ସ ଜାଲରେ ଧରାପଡିଥିଲେ ।